କ୍ରିସମସର ସାଜସଜ୍ଜାର ନିଆରା କାହାଣୀ
କ୍ରିସମସର ସାଜସଜ୍ଜାକୁ ନେଇ ଅନେକ ନିଆରା କାହାଣୀ ରହିଛି । ଏହିଦିନ ବିଭିନ୍ନ ସ୍ଥାନକୁ ଭିନ୍ନଭିନ୍ନ ଢଙ୍ଗରେ ସଜାଯାଇଥାଏ । ବ୍ରିଟେନ୍ କାହାଣୀ ଅନୁସାରେ, ବଡ଼ଦିନରେ ଗୀର୍ଜାଘର ଓ ଘରର ସବୁଜ ଡାଳପତ୍ରରେ ସଜାଯାଏ । କ୍ରିସ୍ମସ୍ ଦିନ ମୁଖ୍ୟ ଆକର୍ଷଣ ପାଲଟିଥାଏ କ୍ରିସମସ ଟ୍ରି । ବାଇବେଲ୍ ଗ୍ରନ୍ଥ ଅନୁସାରେ, ସ୍ୱର୍ଗର ଗଛ ସହିତ କ୍ରିସ୍ମସ୍ ଟ୍ରିର ସମ୍ପର୍କ ରହିଛି । ପବିତ୍ର ଗ୍ରନ୍ଥ ବାଇବେଲ୍ର ଏକ କାହାଣୀ ଅନୁସାରେ, ଆଡାମ୍ ଓ ଇଭ୍ ନାମକ ପ୍ରଥମ ପୁରୁଷ ଓ ସ୍ତ୍ରୀଙ୍କଠାରୁ ମାନବ ଜାତିର ସୃଷ୍ଟି । ଏହି କାହାଣୀରେ ଲାଲ୍ ସେଓ ଓ େଓ୍ୱଫର୍ ଇତ୍ୟାଦିରେ ଲଦା ଏକ ଗଛ ରହିଥିଲା । ଯୀଶୁ ଜନ୍ମ ବୃତ୍ତାନ୍ତର ଦୃଶ୍ୟ ସହିତ ଏହି ସ୍ୱର୍ଗର ଗଛକୁ ମଧ୍ୟ ଘରମାନଙ୍କରେ ଲୋକେ ସଜାଇବାକୁ ଲାଗିଲେ । ଗଛମାନଙ୍କରେ ସେଓ ଫଳ ପରିବର୍ତ୍ତେ ଲାଲ୍ ରଙ୍ଗର ବଲ୍ ଖଞ୍ଜି ଦିଆଯାଉଥିଲା । ପାରମ୍ପରିକ ଭାବେ କ୍ରିସ୍ମସ୍ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, େଓ୍ୱଫର୍, ରଙ୍ଗୀନ ଜରି, ପାଉଁରୁଟି ଓ ମିଷ୍ଟାନ ଇତ୍ୟାଦି ଦ୍ୱାରା ସଜାଇବାର ପ୍ରଥା ରହିଥିଲା । ସମୟର ପରିବର୍ତ୍ତନ ସହିତ ଗଛକୁ ସଜାଇବାର ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଅଷ୍ଟଦଶ ଶତାବ୍ଦୀ ବେଳକୁ କ୍ରିସ୍ମସ୍ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ସଜାଗଲା । ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ରଙ୍ଗୀନ୍ ମାଳା,ବଲ୍ , ଛୋଟ ଛୋଟ ଉପହାର ଓ ଚକୋଲେଟ୍ ଆଦି ଆକର୍ଷଣୀୟ ସାମଗ୍ରୀରେ ସଜାଯାଉଛି । ଗଛର ସବୁଠାରୁ ଉପରେ ଏକ ଷ୍ଟାର ରହିଥାଏ ଯାହା ବେଶ ସୁନ୍ଦର ହୋଇଥାଏ । ଉକ୍ତ ଷ୍ଟାର ବା ତାରାଟି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର "ବେଥ୍ଲେହେମ୍' ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍ଙ୍କ ସୂଚାଇଥାଏ ।
Related Posts



