ସବୁଠାରୁ ଅସୁନ୍ଦର କୁକୁର
ଆମେରିକାର କାଲିଫୋର୍ନିଆସ୍ଥିତ ସୋନୋମା କାଉଣ୍ଟି ଫେୟାର୍ରେ ଆୟୋଜିତ ୨୦୨୬ ‘ଦୁନିଆର ସବୁଠାରୁ ଅସୁନ୍ଦର କୁକୁର’ ପ୍ରତିଯୋଗିତାରେ ‘ଜିନ୍ନୀ ଲୁ’ ନାମକ ଏକ ୬ ବର୍ଷୀୟ ପଗ୍ ପ୍ରଜାତିର କୁକୁର ବିଜେତା ହୋଇଛି । ବଡ଼ ବଡ଼ ଆଖି ଓ ବାହାରକୁ ବାହାରିଥିବା ଜିଭ ପାଇଁ ଚର୍ଚ୍ଚିତ ଜିନ୍ନୀକୁ ପ୍ରଥମ ପୁରସ୍କାର ଭାବେ ଟ୍ରଫି ସହ ୫ ହଜାର ଡଲାର (ପ୍ରାୟ ୪.୩ ଲକ୍ଷ ଟଙ୍କା) ମିଳିଛି । ଏହି ପ୍ରତିଯୋଗିତାରେ ସମୁଦାୟ ୯ଟି କୁକୁର ଅଂଶଗ୍ରହଣ କରିଥିଲେ; ଯେଉଁଥିରେ ଚିହୁଆହୁଆ ଓ ପୋମେରେନିଆନ୍ ମିଶ୍ରିତ ପ୍ରଜାତିର ‘ପିଙ୍କି’ ଦ୍ୱିତୀୟ ଏବଂ ‘ଓଟୋ’ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଜିନ୍ନୀକୁ ପ୍ରାୟ ୪ ବର୍ଷ ପୂର୍ବେ ଏକ ରେସ୍କ୍ୟୁ ସେଣ୍ଟରରୁ ତା ମାଲିକାଣି ଉଦ୍ଧାର କରିଥିଲେ । ବିଗତ ୫୦ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏହି ବିଶେଷ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁକୁରମାନଙ୍କ ନିଆରା ଗୁଣକୁ ସାମ୍ନାକୁ ଆଣିବା ଏବଂ ରେସ୍କ୍ୟୁ ସେଣ୍ଟରରୁ ପଶୁମାନଙ୍କୁ ଆପଣାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ।
Tags:




