କଇଁଛର ବୟସ ୧୯୪
ଏକ କଇଁଛ ବର୍ତ୍ତମାନ ସୋସିଆଲ ମିଡିଆ ଷ୍ଟାର ପାଲଟିଛି । ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ‘ଜୋନାଥନ’ ନାମକ ଏହି କଇଁଛ ୧୯୪ ବର୍ଷ ଜୀବିତ ରହି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହି କଇଁଛକୁ ୨୦୨୬ ମସିହା ପାଇଁ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଆଇକନ୍’ ଭାବେ ଘୋଷଣା କରାଯାଇଛି । ୧୮୩୨ ମସିହା ଆଖପାଖରେ ଜନ୍ମଗ୍ରହଣ କରିଥିବା ଅନୁମାନ କରାଯାଉଥିବା ଏହି କଇଁଛର ବୟସ ପ୍ୟାରିସର ଏଫିଲ୍ ଟାୱାର ଏବଂ ଲଣ୍ଡନର ଟାୱାର ବ୍ରିଜ୍ ଠାରୁ ମଧ୍ୟ ଅଧିକ । ୧୮୮୨ ମସିହାରେ ଉପହାର ସ୍ୱରୂପ ସେଣ୍ଟ ହେଲେନା ଦ୍ୱୀପକୁ ଅଣାଯିବା ପରଠାରୁ ସେ ସେଠାକାର ଗଭର୍ଣ୍ଣରଙ୍କ ସରକାରୀ ବାସଭବନ ‘ପ୍ଲାଣ୍ଟେସନ ହାଉସ’ରେ ରହିଆସୁଛି । ବାର୍ଦ୍ଧକ୍ୟ ହେତୁ ଜୋନାଥନର ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ମଧ୍ୟ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଅନ୍ୟ ତିନୋଟି କଇଁଛଙ୍କ ସହ ବେଶ ଖୁସିରେ ସମୟ ଅତିବାହିତ କରୁଛି ।
Tags:




