ବିନା ଧୂଆଁରେ ଚାଲୁଛି ଟ୍ରେନ

ବିନା ଧୂଆଁରେ ଚାଲୁଛି ଟ୍ରେନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମନର ନିଅନ୍ତୁ ଯତ୍ନ

ଭାରତୀୟ ରେଳବାଇର ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ବିଶ୍ୱର ଷଷ୍ଠ ଦେଶ ଭାବରେ 'ହାଇଡ୍ରୋଜେନ୍ ଟ୍ରେନ୍' ଚଳାଇବାର ବିରଳ ସଫଳତା ହାସଲ କରିଛି । ଏହି ଟ୍ରେନ୍ଗୁଡ଼ିକ ଡିଜେଲ କିମ୍ବା କୋଇଲା ପରିବର୍ତ୍ତେ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ସାହାଯ୍ୟରେ ଗଡୁଛି । ଯେଉଁଥିରେ ହାଇଡ୍ରୋଜେନ୍ ଓ ଅମ୍ଳଜାନର ମିଶ୍ରଣରେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଏହି ପ୍ରକ୍ରିୟାରେ କୌଣସି ପ୍ରଦୂଷଣକାରୀ ଧୂଆଁ ବାହାରିବା ବଦଳରେ କେବଳ ନିର୍ମଳ ଜଳୀୟ ବାଷ୍ପ ନିର୍ଗତ ହୋଇଥାଏ । ଜର୍ମାନୀ, ସ୍ୱିଡେନ, ଜାପାନ ଓ ଚୀନ୍ ପରେ ଭାରତ ଏହି ତାଲିକାରେ ସାମିଲ ହୋଇଛି।  ଭାରତ ବର୍ତ୍ତମାନ ୨୦୭୦ ସୁଦ୍ଧା 'ନେଟ୍ ଜିରୋ'  ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି, ଯାହାର ଅର୍ଥ ହେଉଛି ସମସ୍ତ କ୍ଷେତ୍ରରେ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା । ଭାରତୀୟ ରେଳବାଇରେ ଆଜି ମଧ୍ୟ ଅନେକ ଡିଜେଲ ଚାଳିତ ଟ୍ରେନ୍ ବ୍ୟବହାର ହେଉଛି, ବିଶେଷ କରି ସେହି ରୁଟ୍ଗୁଡ଼ିକରେ ଯେଉଁଠାରେ ବୈଦ୍ୟୁତିକ ଲାଇନ୍ର ସୁବିଧା ନାହିଁ। ଡିଜେଲ ଇଞ୍ଜିନ୍ଗୁଡ଼ିକ କ୍ଷତିକାରକ ଗ୍ୟାସ୍ ନିର୍ଗତ କରିବା ସହ ବାୟୁ ପ୍ରଦୂଷଣ ବଢ଼ାଇଥାନ୍ତି, ତେଣୁ ଏହି ପଦକ୍ଷେପ ପ୍ରଦୂଷଣ କମାଇବା ପାଇଁ ଖୁବ ଲାଭ ଦାୟକ ହେବ ।

ସମ୍ବନ୍ଧିତ ଖବର ରହିଛି ବିଭିନ୍ନ ପ୍ରକାର

Tags:

Related Posts

ସ୍ଲିପ ସପିଂ

ସ୍ଲିପ ସପିଂ

ଫେରୁଛନ୍ତି କଙ୍କଡା

ଫେରୁଛନ୍ତି କଙ୍କଡା

ଡର ଚିହ୍ନୁଛି ଘୋଡା

ଡର ଚିହ୍ନୁଛି ଘୋଡା