ଭାରତର ସୁଇଜରଲାଣ୍ଡ

ଭାରତର ସୁଇଜରଲାଣ୍ଡ
Ipsita Picture
By: Ipsita
Published On

 

ରାଜସ୍ଥାନର ଅଜମେର ଜିଲ୍ଲାସ୍ଥିତ କିଷନଗଡ଼ ନାମକ ଏକ ସ୍ଥାନ ଏବେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି । ଯାହାକୁ ଅନେକେ ମିନି ସ୍ୱିଜରଲ୍ୟାଣ୍ଡବୋଲି କହୁଛନ୍ତି, କିନ୍ତୁ ଏଠାରେ ଦେଖାଯାଉଥିବା ଧଳା ବରଫ ଭଳି ଦୃଶ୍ୟ ପଛରେ ଏକ ଭିନ୍ନ ସତ୍ୟ ଲୁଚି ରହିଛି । ପ୍ରକୃତରେ ଏହା କୌଣସି ପ୍ରାକୃତିକ ବରଫ ନୁହେଁ, ବରଂ ମାର୍ବଲ ଫ୍ୟାକ୍ଟ୍ରିଗୁଡ଼ିକରୁ ବାହାରୁଥିବା ଧଳା ପାଉଡର ଏବଂ ପାଣିର ମିଶ୍ରଣ ଯାହାକୁ ମାର୍ବଲ ସ୍ଲରିକୁହାଯାଏ । ବର୍ଷ ବର୍ଷ ଧରି ଏହି ବର୍ଜ୍ୟବସ୍ତୁ ଏକାଠି ଜମା ହେବା ଫଳରେ ଏହା ଶୁଖିଯାଇ ଏକ ଧଳା ପାହାଡ଼ ଓ ପଡ଼ିଆର ରୂପ ନେଇଛି । ଯାହା ଉପରେ ସୂର୍ଯ୍ୟ କିରଣ ପଡ଼ିଲେ ତାହା ଚକ୍ ଚକ୍ କରେ ଏବଂ ଦୂରରୁ ଦେଖିଲେ ଠିକ୍ କାଶ୍ମୀରର ବରଫପାତ ଭଳି ମନେହୁଏ । ବର୍ତ୍ତମାନ ଏହି ସ୍ଥାନଟି ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି, ଯେଉଁଠାକୁ ଲୋକମାନେ ପ୍ରି-ୱେଡିଂ ଫୋଟୋସୁଟ୍, ମ୍ୟୁଜିକ୍ ଭିଡିଓ ଏବଂ ସୋସିଆଲ ମିଡିଆ ରିଲ୍ସ ପ୍ରସ୍ତୁତ କରିବା ପାଇଁ ବହୁ ସଂଖ୍ୟାରେ ଆସୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ସ୍ଥାନର ଅନେକ କ୍ରେଜ ଦେଖିବାକୁ ମିଳିଛି ।

Tags: