୪୦ ମିନିଟ୍‌ର ରାତି!

ସାଧାରଣତଃ ଦୁନିଆରେ ୧୨ ଘଣ୍ଟା ରାତି ହେଲେ ୧୨ ଘଣ୍ଟା ଦିନ ହୋଇଥାଏ । କିଛି ରାଷ୍ଟ୍ର ଅଛି ଯେଉଁଠି ଘଣ୍ଟେ କିମ୍ବା ଦୁଇ ଘଣ୍ଟା ବିଳମ୍ବ ହୋଇଥାଏ । ହେଲେ ମାତ୍ର ୪୦ ମିନିଟ୍‌ ପାଇଁ ସୂର୍ଯ୍ୟ ଅସ୍ତ ହେବା ଏକ ବିରଳ କଥା । ଏଭଳି ଏକ ଦେଶ ଅଛି ଯେଉଠି ରାତି ୧୨ଟା ୪୩ରେ ସୂର୍ଯ୍ୟ ଅସ୍ତ ହୋଇଥାଆନ୍ତି । ଏବଂ ଠିକ୍‌ ୪୦ ମିନିଟ୍‌ ପରେ ପୁଣି ଉଦୟ ହୋଇଥାଆନ୍ତି । […]

Samaya Live Picture
Published On

ସାଧାରଣତଃ ଦୁନିଆରେ ୧୨ ଘଣ୍ଟା ରାତି ହେଲେ ୧୨ ଘଣ୍ଟା ଦିନ ହୋଇଥାଏ । କିଛି ରାଷ୍ଟ୍ର ଅଛି ଯେଉଁଠି ଘଣ୍ଟେ କିମ୍ବା ଦୁଇ ଘଣ୍ଟା ବିଳମ୍ବ ହୋଇଥାଏ । ହେଲେ ମାତ୍ର ୪୦ ମିନିଟ୍‌ ପାଇଁ ସୂର୍ଯ୍ୟ ଅସ୍ତ ହେବା ଏକ ବିରଳ କଥା । ଏଭଳି ଏକ ଦେଶ ଅଛି ଯେଉଠି ରାତି ୧୨ଟା ୪୩ରେ ସୂର୍ଯ୍ୟ ଅସ୍ତ ହୋଇଥାଆନ୍ତି । ଏବଂ ଠିକ୍‌ ୪୦ ମିନିଟ୍‌ ପରେ ପୁଣି ଉଦୟ ହୋଇଥାଆନ୍ତି ।

୪୦ ମିନିଟ୍‌ର ରାତି!

ଉତ୍ତର ନରେୱରେ ଏଭଳି ବିରଳ କଥା ଦେଖିବାକୁ ମିଳିଥାଏ । ଏଠାରେ ମାତ୍ର ୪୦ ମିନିଟ୍‌ର ରାତି ହୋଇଥାଏ । ଏଭଳି ଏଠାରେ ବର୍ଷକୁ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥାଏ । ଏହି କାରଣରୁ ଉତ୍ତର ନରେୱକୁ କଣ୍ଟ୍ରି ଅଫ୍‌ ମିଡ୍‌ନାଇଟ୍‌ ସନ୍‌ ବୋଲି କୁହାଯାଏ । ଏଠାରେ ରାତି ଘଣ୍ଟାରେ ନୁହେଁ ବରଂ ମିନିଟ୍‌ରେ ସରିଯାଇଥାଏ ।

୪୦ ମିନିଟ୍‌ର ରାତି!

ସେହିଭଳି ନରେୱ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଲୋକ ପ୍ରିୟ । ଏଠାରେ ମେ ମାସରୁ ଜୁଲାଇ ମାସ ମଧ୍ୟରେ ଏକ ଅଜବ ଘଟଣା ଘଟେ । ଏହି ସମୟରେ ଏଠାରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହି ଦେଶ ଆର୍କଟିକ୍‌ ସର୍କଲ ଭିତରେ ଆସୁଥିବାରୁ ସେଠାରେ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥାଏ ।