ଦର୍ପଣରେ ସୂର୍ଯ୍ୟ

ବର୍ତ୍ତମାନ ପ୍ରଖର ଗ୍ରୀଷ୍ମ ପ୍ରଭାବ ପାଇଁ ଭାରତର ହାଲ ବେହାଲ । ହେଲେ ବିଶ୍ୱରେ ଏଭଳି ମଧ୍ୟ ସ୍ଥାନ ଅଛି ଯେଉଁଠି ଲୋକମାନେ ଖରାଟିକେ ପାଇବା ପାଇଁ ନାନା ଫିକର ଫନ୍ଦି କରୁଛନ୍ତି । ବିଭିନ୍ନ ଉପାୟ ଆପଣାଇ ଏମାନେ ଟିକେ ସୂର୍ଯ୍ୟ କିରଣ ପାଉଛନ୍ତି । ଇଟାଲିରେ ରହିଛି ଛୋଟ ଗାଁ ଭିନ୍‌ଜେଲିଆ, ଯେଉଁଠି ବର୍ତ୍ତମାନ ସୂର୍ଯ୍ୟ କିରଣ ପାଇଁ ଲୋକମାନେ ଅନେକ ପରିଶ୍ରମ କରୁଛନ୍ତି । ଏହି ଗ୍ରାମର ଚାରିପାଖରେ ଉଚ୍ଚଉଚ୍ଚ ପାହାଡ ରହିଛି, […]

Samaya Live Picture
Published On

ବର୍ତ୍ତମାନ ପ୍ରଖର ଗ୍ରୀଷ୍ମ ପ୍ରଭାବ ପାଇଁ ଭାରତର ହାଲ ବେହାଲ । ହେଲେ ବିଶ୍ୱରେ ଏଭଳି ମଧ୍ୟ ସ୍ଥାନ ଅଛି ଯେଉଁଠି ଲୋକମାନେ ଖରାଟିକେ ପାଇବା ପାଇଁ ନାନା ଫିକର ଫନ୍ଦି କରୁଛନ୍ତି । ବିଭିନ୍ନ ଉପାୟ ଆପଣାଇ ଏମାନେ ଟିକେ ସୂର୍ଯ୍ୟ କିରଣ ପାଉଛନ୍ତି । ଇଟାଲିରେ ରହିଛି ଛୋଟ ଗାଁ ଭିନ୍‌ଜେଲିଆ, ଯେଉଁଠି ବର୍ତ୍ତମାନ ସୂର୍ଯ୍ୟ କିରଣ ପାଇଁ ଲୋକମାନେ ଅନେକ ପରିଶ୍ରମ କରୁଛନ୍ତି । ଏହି ଗ୍ରାମର ଚାରିପାଖରେ ଉଚ୍ଚଉଚ୍ଚ ପାହାଡ ରହିଛି, ଯେଉଁ କାରଣରୁ ଏହି ଗ୍ରାମ ଭିତରକୁ ସୂର୍ଯ୍ୟ କିରଣ ପଡି ପାରିନଥାଏ । ପ୍ରତିବର୍ଷ ନଭେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ଗ୍ରାମବାସୀମାନେ ଅନ୍ଧାରରେ ରୁହନ୍ତି । ସୂର୍ଯ୍ୟ କିରଣ ନମିଳିବାରୁ ଏଠିକାର ଲୋକମାନେ ନାହିଁ ନଥିବା ହଇରାଣ ହୋଇଥାଆନ୍ତି । ତେବେ ଏଠିକାର ଗ୍ରାମବାସୀ, ପ୍ରଶାସନ ଓ ଇଞ୍ଜିନିୟରମାନେ ମିଶି ଏହି ସମସ୍ୟାର ଏକ ସମାଧାନ ବାହାର କରିଛନ୍ତି । ସେମାନେ ଏଠାରେ ଏକ ଆଠ ମିଟର ଚଉଡା, ପାଞ୍ଚ ମିଟର ଲମ୍ବାର ଦର୍ପଣ ଲଗାଇଛନ୍ତି । ଯାହା ଦିନରେ ପାଖାପାଖି ୬ଘଣ୍ଟା ସୂର୍ଯ୍ୟ କିରଣକୁ ପ୍ରତିଫଳନ କରିଥାଏ । ତେବେ ଏହାକୁ କେବଳ ଶୀତଦିନରେ ଅର୍ଥାତ ନଭେମ୍ବରରୁ ଫେବୃଆରୀ ମାସ ଭିତରେ ବ୍ୟବହାର କରାଯାଇଥାଏ । ଅନ୍ୟ ଦିନ ମାନଙ୍କରେ ଏହାକୁ ଘୋଡାଯାଇ ରଖାଯାଇଥାଏ । ଏହି ସମାଧାନ ବର୍ତ୍ତମାନ ସେଠିକାର ଲୋକଙ୍କୁ ଖୁବ ସାହାଯ୍ୟ କରୁଛି ।

Tags: