ପିନ୍ ଖାଇବାର ଅଜବ ସଉକ
By: Ipsita
ସମ୍ବନ୍ଧିତ ଖବର ୩୯ କୋଟିର ଶାଢି
ମଧ୍ୟପ୍ରଦେଶର ଜଣେ ୫୮ ବର୍ଷୀୟ ସଞ୍ଜୟ ବିଶ୍ବକର୍ମା ଗତ ୪୫ ବର୍ଷ ହେଲା ନିଜ ପାଟିରେ ୧୫୦ ପିନ୍ ରଖି ବୁଲୁଛନ୍ତି । ଏହି ପିନ୍ ଗୁଡିକ ଲୁହା, ଷ୍ଟିଲ ଓ ପିତ୍ତଳରୁ ପ୍ରସ୍ତୁତ କରାଯାଇଛି । ତେବେ ଏହି ପିନ୍କୁ ପାଟିରେ ରଖିବାରେ ତାଙ୍କର କୌଣସି ସମସ୍ୟା ହେଉନାହିଁ । ସଞ୍ଜୟଙ୍କର ଏହି ଅଜବ ସଉକ ୧୪ ବର୍ଷରୁ ଆରମ୍ଭ ହୋଇଥିଲା । ୧୪ ବର୍ଷରେ ତାଙ୍କର ପାନ ଖାଇବାର ଅଭ୍ୟାସ ହୋଇଯାଇଥିଲା । ପାନ ଖାଇବା ସମୟରେ ଦାନ୍ତରେ ଫସୁଥିବା ଗୁଆ କାଢିବାକୁ ସେ ପିନ୍ କଣ୍ଟାର ସାହାଯ୍ୟ ନେଉଥିଲେ । ଏପରି ଦିନେ ସେହି ପିନକୁ ସେ ପାଟିରେ ରଖିଦେଇଥିଲେ, ଯାହାପରଠାରୁ ସେ ମୁହଁ ପିନ କଣ୍ଟା ରଖିଆସୁଛନ୍ତି । ସେ ପାଟିରେ ଏହିଭଳି ପିନ୍ ରଖି ହିଁ ନିଜର ସମସ୍ତ କାମ ଯେପରି ଖାଇବା, ଶୋଇବା, ପାଣି ପିଇବା ଆଦି କରିଥାଆନ୍ତି । ଏସବୁ କରିବାରେ ତାଙ୍କୁ କୌଣସି ସମସ୍ୟା ହୋଇ ନଥାଏ । ସଞ୍ଜୟଙ୍କ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ
Tags:
Related Posts



