ଚପଷ୍ଟିକ୍‌ର କାହାଣୀ

ଜାପାନୀ ଖାଦ୍ୟ ଖାଇବାର ଢଙ୍ଗ ବେଶ୍‌ ନିଆରା । ଏହାକୁ ଏକ ୨୫ ସେଣ୍ଟିମିଟର ଲମ୍ବା ଚପଷ୍ଟିକ୍‌ରେ ଖାଇବାକୁ ହୋଇଥାଏ । ଏହି ପରମ୍ପରା ଜାପାନର ପ୍ରାୟ ୩ହଜାର ବର୍ଷ ପୁରୁଣା । ତେବେ ଚପଷ୍ଟିକରେ ଖାଇବା ନେଇ ଅନେକ ପ୍ରକାରର ନିୟମ ଜାପାନରେ ପାଳନ କରାଯାଇଥାଏ, ଯାହାକୁ ବ୍ୟକ୍ତିଗତ ସମ୍ପର୍କ ସହ ଯୋଡାହୋଇଥାଏ । ଜାପାନରେ ଖାଦ୍ୟଖାଇବାର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଖାଇବା ସମୟରେ ଚପଷ୍ଟିକ୍‌କୁ ନେଇ ସେମାନେ ଅନେକ ନିୟମ […]

Samaya Live Picture
Published On

ଜାପାନୀ ଖାଦ୍ୟ ଖାଇବାର ଢଙ୍ଗ ବେଶ୍‌ ନିଆରା । ଏହାକୁ ଏକ ୨୫ ସେଣ୍ଟିମିଟର ଲମ୍ବା ଚପଷ୍ଟିକ୍‌ରେ ଖାଇବାକୁ ହୋଇଥାଏ । ଏହି ପରମ୍ପରା ଜାପାନର ପ୍ରାୟ ୩ହଜାର ବର୍ଷ ପୁରୁଣା । ତେବେ ଚପଷ୍ଟିକରେ ଖାଇବା ନେଇ ଅନେକ ପ୍ରକାରର ନିୟମ ଜାପାନରେ ପାଳନ କରାଯାଇଥାଏ, ଯାହାକୁ ବ୍ୟକ୍ତିଗତ ସମ୍ପର୍କ ସହ ଯୋଡାହୋଇଥାଏ ।

ଚପଷ୍ଟିକ୍‌ର କାହାଣୀ

ଜାପାନରେ ଖାଦ୍ୟଖାଇବାର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଖାଇବା ସମୟରେ ଚପଷ୍ଟିକ୍‌କୁ ନେଇ ସେମାନେ ଅନେକ ନିୟମ ପାଳନ କରନ୍ତି । କେଉଁ ଖାଦ୍ୟରେ ଚପଷ୍ଟିକର ବ୍ୟବହାର କରାଯିବ, କେଉଁ ଖାଦ୍ୟରେ କରାଯିବନି ଏହାକୁ ନେଇ ବିଭିନ୍ନ ନିୟମ ପାଳନ କରନ୍ତି ଜାପାନବାସୀ । ଖାଦ୍ୟ ଖାାଇବାର ଶୈଳୀ ଉପରେ ସେମାନଙ୍କର ପରିବାରର ବିଭିନ୍ନ ସମ୍ପର୍କ ମଧ୍ୟ ନିର୍ଭର କରିଥାଏ ।
ଚପଷ୍ଟିକ୍‌ର କାହାଣୀ

ଏହି ଖାଇବା ପଦ୍ଧତି କାରଣରୁ କେତେ ସମ୍ପର୍କ ଭଲ ହେଉଥିବାବେଳେ କେତେକ ବିଗିଡି ଥାଏ । ଖାଇବା ସମୟରେ ଏମାନେ ପାଖାପାଖି ୪୦ ପ୍ରକାରର ନିୟମ ପାଳନ କରନ୍ତି । ହେଲେ ଏଥିରେ ଏଭଳିି ନିୟମ ରହିଛି ଯାହା ସମ୍ପର୍କ ନଷ୍ଟ ମଧ୍ୟ କରିଥାଏ । ଅନ୍ୟମାନେ ଏହି ଉପାୟରେ ଚପ୍‌ଷ୍ଟିକ ବ୍ୟବହାରକୁ ବିରୋଧ କରିବା ସହିତ ବ୍ୟବହାରକାରୀ ସହ ଥିବା ସମ୍ପର୍କକୁ ଖରାପ କରନ୍ତି ।

ଚପଷ୍ଟିକ୍‌ର କାହାଣୀ

ଏହି ଉପାୟ ମନା
ପ୍ରଥମ ଉପାୟ ଯାହାକୁ ଅନୁକରଣ କରିବା ଠିକ୍‌ ନୁହେଁ ତାହା ହେଲା ଜାପାନରେ ମିଳୁଥିବା ଏକ ପ୍ରକାରର ଚାଉଳ ‘ତୋତେବାଶୀ’ରୁ ପ୍ରସ୍ତୁତ ଭାତ ଉପରେ ଚପଷ୍ଟିକକୁ ସିଧା କରି ରଖିବା ଏକ ବଡ ଭୁଲ ବୋଲି ଏଠାରେ ଧରାଯାଇଥାଏ । ଏହି ବ୍ୟଞ୍ଜନକୁ ବୌଧଙ୍କ ପାଖରେ ଭୋଗ ଭଳି ଲାଗି କରାଯାଏ । ତେଣୁ ଏହା ଉପରେ ଏଭଳି ଚପଷ୍ଟିକ୍‌କୁ ରଖିବାକୁ ମନାକରାଯାଇଛି । ସେହିଭଳି ଅନ୍ୟଟି ହେଲା ନିଜ ବ୍ୟବହୃତ ଚପଷ୍ଟିକ୍‌ରୁ ଗୋଟିଏକୁ ଅନ୍ୟବ୍ୟବହୃତ ଚପଷ୍ଟିକ ସହିତ ଏକାଠି ରଖିବା । ସେହିଭଳି ଆଉ ଏକ ନିୟମ ରହିଛି ଯାହାର ପାଳନ କରିବା ଉଚିତ୍‌ ନୁହେଁ ।

ଚପଷ୍ଟିକ୍‌ର କାହାଣୀ

ଏହି ନିୟମକୁ ‘ଆଗୋବୋଶୀ’ କୁହାଯାଇଥାଏ,ଅର୍ଥାତ ନିଜ ଚପ୍‌ଷଫିକ୍‌କୁ ମୁହଁ ଉଚ୍ଚାରୁ ଅଧିକ ଉଠାଇବା । ଏହାକୁ ଖରାପ ଉପାୟ ବୋଲି ବିବେଚନା କରାଯାଇଥାଏ । ଆଉ ଏକ ନିୟମ ହେଲା ‘ଉକେବାଶୀ’, ଏହାର ଅର୍ଥ ଚପଷ୍ଟିକ୍‌କୁ ହାଥରେ ଧରି ଆଉଥରେ ଖାଦ୍ୟ ଆଣିବାକୁ ବାଉଲ ଆଗକୁ କରିବା । ସେହିପରି ‘ଆତୋଶୀବାସୀ’ର ଅର୍ଥ ହେଲା ଚପଷ୍ଟିକ୍‌ ଫୋପାଡିଦେବା ଏବଂ ‘ଓଶିକୋମିବାଶି’ର ଅର୍ଥ ହେଲା ସିଧା ବାସନରୁ ଖାଦ୍ୟ ଖାଇବା । ଏହି ସବୁ ନିୟମକୁ ଜାପାନରେ ଘୋର ବିରୋଧ କରାଯାଇଥାଏ । ଚପଷ୍ଟିକର ବ୍ୟବହାର ପାଖାପାଖି ୩ହଜାର ବର୍ଷ ପୁରୁଣା । ପ୍ରଥମେ ଏହାକୁ ଶିୟା ରାଜବଂଶ ସମୟରେ ବ୍ୟବହାର କରାଯାଇଥିଲା । ଏହାପରେ ପୂର୍ବ ଏସିଆରେ ଏହାର ଉପଯୋଗ ଅଧିକା ହେବା ଆରମ୍ଭ ହେଲା । ବିଶ୍ୱରେ ତିନି ପ୍ରକାର ଶୈଳୀରେ ଖାଦ୍ୟ ଖିଆଯାଇଥାଏ, ଯଥା ହାତରେ, ଚପ୍‌ଷ୍ଟିକରେ ଓ ଛୁରି- କଣ୍ଟା ଚାମଚ ସହାୟତାରେ । ସମସ୍ତ ଖାଦ୍ୟଶୈଳୀ ନିଜନିଜ ଅଞ୍ଚଳର ପରମ୍ପରାକୁ ଦର୍ଶାଇଥାଆନ୍ତି ।