ପେଟରୋଗ ଭଲ କରୁଛି ମାଟି !

ପେଟରୋଗ ଭଲ କରୁଛି ମାଟି !
Ipsita Picture
By: Ipsita
Published On

 

ୟୁରୋପର ଜିବ୍ରାଲ୍ଟର ପାହାଡ଼ରେ ରହୁଥିବା ବାର୍ବରୀ ମକାକ୍ ପ୍ରଜାତିର ମାଙ୍କଡ଼ମାନଙ୍କ ମଧ୍ୟରେ ଏକ ଅଜବ ଅଭ୍ୟାସ ଦେଖିବାକୁ ମିଳିଛି । ଏହି ମାଙ୍କଡମାନେ ପେଟ ଖରାପ ହେବା କାରଣରୁ ମାଟି ଖାଉଥିବା ଜଣାପଡ଼ିଛି । ବୈଜ୍ଞାନିକଙ୍କ ଅନୁଯାୟୀ, ପର୍ଯ୍ୟଟକମାନଙ୍କ ସଂସ୍ପର୍ଶରେ ଆସି ମାଙ୍କଡ଼ମାନେ ଚିପ୍ସ, ଚକୋଲେଟ୍ ଏବଂ ଆଇସକ୍ରିମ ଭଳି ଜଙ୍କ୍ ଫୁଡ୍ ଖାଇବାକୁ ଅଭ୍ୟସ୍ତ ହୋଇଯାଇଛନ୍ତି । ଯାହା ସେମାନଙ୍କ ହଜମ ପ୍ରକ୍ରିୟାକୁ ବିଗାଡ଼ି ଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ମାଙ୍କଡ଼ମାନେ ମାଟି ଖାଇବା ଆରମ୍ଭ କରିଛନ୍ତି । ଯେଉଁ ଅଭ୍ୟାସକୁ ଜିଓଫ୍ୟାଗିକୁହାଯାଏ; ବିଶ୍ୱାସ କରାଯାଏ ଯେ ମାଟିରେ ଥିବା ବ୍ୟାକ୍ଟେରିଆ ଏବଂ ମିନେରାଲ୍ସ ସେମାନଙ୍କ ପେଟର ମାଇକ୍ରୋବାୟୋମକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ମାଙ୍କଡ଼ମାନଙ୍କ ଖାଦ୍ୟର ପ୍ରାୟ ୨୦% ଅଂଶ ପର୍ଯ୍ୟଟକଙ୍କଠାରୁ ମିଳୁଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିବା ବେଳେ, ଅଧିକ ପର୍ଯ୍ୟଟକ ଆସୁଥିବା ଉପରିଭାଗ ଅଞ୍ଚଳର ମାଙ୍କଡ଼ମାନେ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ଅଧିକ ଜଙ୍କ୍ ଫୁଡ୍ ଖାଉଛନ୍ତି ।

Tags: