ସାପ ମାଂସରୁ ଛଣା ହେଉଛି ପକୁଡି
ଭାରତରେ ନାଗପଞ୍ଚମୀ ଦିନ ସାପଙ୍କୁ ପୂଜା କରାଯାଉଥିବା ବେଳେ ଇଣ୍ଡୋନେସିଆର ଜକାର୍ତ୍ତା ଭଳି ସହରରେ ନାଗସାପ ମାଂସରୁ ପ୍ରସ୍ତୁତ ପକୋଡ଼ା, ଟିକ୍କା ଓ ଅନ୍ୟାନ୍ୟ ବ୍ୟଞ୍ଜନ ଲୋକେ ବେଶ ଉତ୍ସାହରେ ଖାଉଛନ୍ତି । ଏଠାକାର କିଛି ଦୋକାନରେ ଗ୍ରାହକଙ୍କ ଅର୍ଡର ମିଳିବା କ୍ଷଣି ସେମାନଙ୍କ ସମ୍ମୁଖରେ ଜୀବନ୍ତା କୋବ୍ରାରୁ ମାଂସ ବାହାର କରି ବେସନ, ମସଲା ଓ କଞ୍ଚାଲଙ୍କା ସହ ମିଶାଇ ପକୋଡ଼ା ଛଣାଯାଏ, ଯାହାର ଗୋଟିଏ ପ୍ଲେଟ୍ର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା । ଏହା ବ୍ୟତୀତ କୋବ୍ରାର ରକ୍ତ ଓ ପିତ୍ତରୁ ପ୍ରସ୍ତୁତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଏଠାରେ ମିଳିଥାଏ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ, କୋବ୍ରା ମାଂସରେ ପ୍ରଚୁର ପ୍ରୋଟିନ୍ ଥାଏ ଏବଂ ଏହା ଶରୀରକୁ ଶକ୍ତି ଦେଇଥାଏ । ମାତ୍ର ବିଶେଷଜ୍ଞଙ୍କ ମତରେ ସଠିକ୍ ଭାବେ ପ୍ରସ୍ତୁତ ନହେଲେ ସାପ ମାଂସ ଓ ରକ୍ତ ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ନିକଟରେ ଏହାର ଏକ ଭିଡିଓ ଭାଇରାଲ୍ ହେବା ପରେ କିଛି ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଅନ୍ୟ କେତେକ ଏହାକୁ ସ୍ଥାନୀୟ ଖାଦ୍ୟ ସଂସ୍କୃତିର ଅଂଶ ବୋଲି ଦର୍ଶାଇଛନ୍ତି ।




