ସିଙ୍ଗାପୁର ସରକାର ଦେଉଛନ୍ତି ଡେଟିଂ ସେବା

ସିଙ୍ଗାପୁର ସରକାର ଦେଉଛନ୍ତି ଡେଟିଂ ସେବା
Ipsita Picture
By: Ipsita
Published On

 

ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନ୍ମହାରକୁ ଦୃଷ୍ଟିରେ ରଖି ସିଙ୍ଗାପୁର ସରକାର ନିଜ କର୍ମଚାରୀଙ୍କ ପାଇଁ 'ଫାର୍ଷ୍ଟଡେଟ୍' ନାମକ ଏକ ବିଶେଷ ଡେଟିଂ ସେବା ଆରମ୍ଭ କରିଛନ୍ତି । ସାଧାରଣ ଡେଟିଂ ଆପ୍ ଗୁଡ଼ିକ ଭଳି ଏଥିରେ ବହୁସଂଖ୍ୟକ ପ୍ରୋଫାଇଲ୍ ସ୍ୱାଇପ୍ କରିବାର ଆବଶ୍ୟକତା ନାହିଁ । ବରଂ ଏକ ଆଲଗୋରିଦମ୍ ବ୍ୟବହାରକାରୀଙ୍କ ପସନ୍ଦ, ଅଭ୍ୟାସ ଓ ରୁଚିର ବିଶ୍ଳେଷଣ କରି ମ୍ୟାଚ୍ ପ୍ରସ୍ତାବ ଦେଇଥାଏ । ଏଥିପାଇଁ ଅଂଶଗ୍ରହଣକାରୀମାନଙ୍କୁ ନିଜ ଜୀବନଶୈଳୀ ଓ ପସନ୍ଦ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ । ଯାହାକୁ ୨୦୧୨ ନୋବେଲ ପୁରସ୍କାର ବିଜେତା ଗଣିତଜ୍ଞ ଲୋଏଡ୍ ସାପଲିଙ୍କ ଦ୍ୱାରା ବିକଶିତ 'ଗେଲ୍-ସାପଲି ଆଲଗୋରିଦମ୍' ମାଧ୍ୟମରେ ବିଶ୍ଳେଷଣ କରାଯାଏ । କର୍ମଚାରୀମାନେ ନିଜର 'ନ୍ୟାସନାଲ୍ ଡିଜିଟାଲ୍ ଆଇଡେଣ୍ଟିଟି' ଜରିଆରେ ଲଗ୍‌-ଇନ୍ କରି ଗୋଟିଏ ସମୟରେ କେବଳ ଜଣେ ହିଁ ସମ୍ଭାବ୍ୟ ସାଥୀଙ୍କ ପ୍ରୋଫାଇଲ୍ ପାଇଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମସିହାରେ ସିଙ୍ଗାପୁରରେ ପ୍ରଥମ ଥର ପାଇଁ ବାର୍ଷିକ ଜନ୍ମସଂଖ୍ୟା ୩୦,୦୦୦ରୁ କମ୍ ରହିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୨୬,୫୦୦ ଥିଲା । ଏହି ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରାଥମିକ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥି ବା ଏହି ସେବାରେ ୨୧ ରୁ ୩୫ ବର୍ଷ ବୟସର ସରକାରୀ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ ।

Tags: