ଜଳଭାଗର ରହସ୍ୟ

ଜଳଭାଗର ରହସ୍ୟ
Ipsita Picture
By: Ipsita
Published On

 

ସାଧାରଣତଃ ମାଛରେ ପୋକ ବା ପରଜୀବୀ ଦେଖିଲେ ଆମେ ଏହାକୁ ଅସ୍ୱାସ୍ଥ୍ୟକର ମନେ କରିଥାଉ, କିନ୍ତୁ ବୈଜ୍ଞାନିକମାନେ ଏକ ନୂତନ ଗବେଷଣାରୁ ସମ୍ପୂର୍ଣ୍ଣ ଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି । ୟୁନିଭର୍ସିଟି ଅଫ୍ ୱାଶିଂଟନର ଗବେଷକମାନେ ୧୯୭୯ରୁ ୨୦୨୧ ମସିହା ମଧ୍ୟରେ ସଂରକ୍ଷିତ ପ୍ରାୟ ୧୭୮ଟି ପୁରୁଣା ସାଲମନ ମାଛ କ୍ୟାନକୁ ଅନୁଧ୍ୟାନ କରିଛନ୍ତି । ଏହି ଗବେଷଣାରୁ ଜଣା ପଡିଛି କି ସମୟ ସହିତ ମାଛ ଶରୀରରେ 'ଆନିସାକିଡ୍ ରାଉଣ୍ଡୱାର୍ମ'  ନାମକ ସାମୁଦ୍ରିକ ପରଜୀବୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପ୍ରିଲ ୨୦୨୪ରେ 'ଇକୋଲୋଜି ଆଣ୍ଡ ଇଭୋଲ୍ୟୁସନ' ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଗୋଲାପୀ  ଏବଂ ଚମ୍  ପ୍ରଜାତିର ସାଲମନ ମାଛରେ ଏହି ପରଜୀବୀଙ୍କ ସଂଖ୍ୟା ବଢ଼ିବା ଏକ ଭଲ ଘଟଣା । କାରଣ ଏହି ପରଜୀବୀମାନେ ସେତେବେଳେ ବଂଶବୃଦ୍ଧି କରନ୍ତି ଯେତେବେଳେ ସେମାନଙ୍କୁ ଏକ ସମୃଦ୍ଧ ଓ ସକ୍ରିୟ ଖାଦ୍ୟ ଶୃଙ୍ଖଳା ମିଳିଥାଏ । କ୍ୟାନିଂ ପ୍ରକ୍ରିୟା ସମୟରେ ଏହି ପରଜୀବୀମାନେ ମରିଯାଉଥିବାରୁ ଏହା ମଣିଷ ପାଇଁ କ୍ଷତିକାରକ ନୁହେଁ ।  ଏମାନଙ୍କ ଉପସ୍ଥିତି ଆଲାସ୍କାର ସାମୁଦ୍ରିକ ପରିସଂସ୍ଥା ପୂର୍ବାପେକ୍ଷା ଅଧିକ ସୁସ୍ଥ ଓ ସନ୍ତୁଳିତ ଥିବାର ପ୍ରମାଣ ଦେଉଛିବୋଲି ବୌଜ୍ଞାନିକମାନେ ପ୍ରକାଶ କରିଛନ୍ତି । ପୁରୁଣା କ୍ୟାନରୁ ମିଳିଥିବା ଏହି ଐତିହାସିକ ପ୍ରମାଣ ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ସମୁଦ୍ର ମଧ୍ୟରେ ଘଟୁଥିବା ପରିବର୍ତ୍ତନକୁ ବୁଝିବାରେ ଏକ ନୂଆ ଦିଗ୍‌ଦର୍ଶନ ଦେଇଛି ।

Tags: