ସମୁଦ୍ର ପାଲଟିଲା ଲାଲ
ଇରାନର ହୋର୍ମୁଜ ଆଇଲାଣ୍ଡରେ ନିକଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଏଠାରେ ସମୁଦ୍ରର ରଙ୍ଗ ଲାଲ ହୋଇଯାଇଛି । ଏଠାରେ ନିକଟରେ ହୋଇଥିବା ଖୁବ ଅଧିକ ବର୍ଷା ପରେ ହଠାତ୍ ସମୁଦ୍ରର ରଙ୍ଗ ଲାଲ ହୋଇଯାଇଥିଲା । ତେବେ ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ଏହି ଆଇଲାଣ୍ଡର ମାଟିରେ ଅଧିକ ମାତ୍ରାରେ ଆଇରନ ଅକ୍ସାଇଡ ଓ ହେମାଟାଇଟ ନାମକ ମିନେରାଲ୍ସ ଅଛନ୍ତି । ବର୍ଷା କାରଣରୁ ଏଗୁଡିକ ଗାଢ ଲାଲ ରଙ୍ଗରେ ବଦଳି ଯାଇଥାଆନ୍ତି । ବର୍ଷା ପାଣିରେ ଏଗୁଡିକ ବୋହି ସମୁଦ୍ରରେ ମିଶୁଥିବା କାରଣରୁ ସମୁଦ୍ରର ରଙ୍ଗ ମଧ୍ୟ ଲାଲ ହୋଇଯାଉଛି । ଏହି ଆଇଲାଣ୍ଡର ଏହି ରଙ୍ଗ କାରଣରୁ ଏହାକୁ ରେନ୍ବୋ ଆଇଲାଣ୍ଡ ମଧ୍ୟ କୁହାଯାଇଥାଏ । ଏଠାରେ ଲାଲ, ହଳଦିଆ, ନାରଙ୍ଗୀ ଭଳି ଅନ୍ୟରଙ୍ଗର ଚଟ୍ଟାଣ ଉପସ୍ଥିତ ରହିଛି ।
Tags:




