ରୋବଟ କରୁଛି ପରୀକ୍ଷା
ନେପାଳର କାଠମାଣ୍ଡୁସ୍ଥିତ ଏକ କଲେଜର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଭିଡିଓରେ ଏକ ରୋବଟ ପରୀକ୍ଷା କେନ୍ଦ୍ରରେ ଛାତ୍ରଙ୍କର ପରୀକ୍ଷା କରାଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦେଖିବାକୁ ମିଳୁଛି କି ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବସି ପରୀକ୍ଷା ଦେଉଥିବା ବେଳେ ଏହି ରୋବୋଟ୍ଟି ପୂରା ହଲ୍ ସାରା ବୁଲି ବୁଲି କଡ଼ା ନଜର ରଖୁଛି । ଏହାକୁ ଦେଖି ୟୁଜର୍ସଙ୍କ ମଧ୍ୟରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ୟୁଜର୍ସ ମଜାଳିଆ ଢଙ୍ଗରେ ଏହାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ସେହିଭଳି କିଛି ଲୋକ କଲେଜର ଏହି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉଚ୍ଚ ପ୍ରଶଂସା କରି ଏହାକୁ ଶିକ୍ଷା ବ୍ୟବସ୍ଥାରେ ‘ଭବିଷ୍ୟତର ଝଲକ’ ବୋଲି ଅଭିହିତ କରିଛନ୍ତି। ଆଗକୁ ରୋବଟକୁ ବ୍ୟବହାର କରି ଆହୁରି ଅନେକ କାମ କରିହେବ ବୋଲି ସେମାନେ ମତ ଦେଉଥିବା ଦେଖିବାକୁ ମିଳୁଛି ।
Tags:



