ଗାଡିମାନଙ୍କର ଅଦ୍ଭୁଦ ସନ୍ତୁଳନ
ରାଜସ୍ଥାନର ବୁନ୍ଦିରେ ଅନୁଷ୍ଠିତ ଏକ ମେଳାରେ ସନ୍ତୁଳନ ଅନନ୍ୟ ଷ୍ଟଣ୍ଟ୍ ଦେଖିବାକୁ ମିଳିଛି । ଏଠାରେ ବିଭିନ୍ନ ଗାଡିମାନଙ୍କୁ ନେଇ ସନ୍ତୁଳନର କଳାକୌଶଳ ପ୍ରଦର୍ଶନ କରାଯାଇଛି । ମେଳାରେ ଏକ ଥାର ଏସୟୁଭିର ଚାରି ଚକକୁ ଚାରିଟି ୫୦ ଟଙ୍କିଆ ନୋଟ୍ ଉପରେ ସନ୍ତୁଳିତ କରାଯାଇ ରଖାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମେଳାରେ କେବଳ ଥାର ନୁହେଁ, ବରଂ ଏକ ପତଳା ଲୁହା ରଡ଼ ଉପରେ ମୋଟରସାଇକେଲ୍ ଟାୟାର, ଦୁଇଟି ମାଟି ହାଣ୍ଡି ଉପରେ ଏକ ଭାରୀ ଯାନ ଏବଂ ଆକାଶରେ ଏକ ମୋଟରସାଇକେଲକୁ ସସପେଣ୍ଡ୍ କରି ରଖିବା ଭଳି ଅନେକ ଆଶ୍ଚର୍ଯ୍ୟଜନକ ସନ୍ତୁଳନ ଷ୍ଟଣ୍ଟ୍ ପ୍ରଦର୍ଶିତ ହୋଇଛି । ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଦକ୍ଷତା ପ୍ରଦର୍ଶନ ଏବଂ ବାବା ଭୈରୁଜୀଙ୍କ ଶୋଭାଯାତ୍ରା । ଏହି ମେଳା ପ୍ରତିବର୍ଷ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ । ତେବେ ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଲୋକ ଏହାକୁ ସତ କହୁଥିବାବେଳେ କିଛି ଏଆଇ ବୋଲି ଅଭିଯୋଗ କରୁଛନ୍ତି ।




