ଫେରୁଛନ୍ତି କଙ୍କଡା

ଫେରୁଛନ୍ତି କଙ୍କଡା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫ୍ରୋଜନ ମଟର

ପ୍ରତିବର୍ଷ ବଳି ଚଳିତ ବର୍ଷମଧ୍ୟ କଙ୍କଡାଙ୍କର ସବୁଠାରୁ ବଡ ମାଇଗ୍ରେସନ ଆରମ୍ଭ ହୋଇଛି । ନିକଟରେ ଅଷ୍ଟ୍ରେଲିଆର କ୍ରିସମାସ ଆଇଲାଣ୍ଡରେ ବର୍ତ୍ତମାନ ଛୋଟ ଛୋଟ ଲାଲ କଙ୍କଡାଙ୍କର ସମାହାର ଦେଖିବାକୁ ମିଳୁଛି । ପ୍ରତିବର୍ଷ ଅକ୍ଟୋବରରୁ ଜାନୁଆରୀ ମାସ ଭିତରେ ଏହି ମାଇଗ୍ରେସନ ହୋଇଥାଏ । ପ୍ରଥମ ମନସୁନ ବର୍ଷା ଆରମ୍ଭ ହେଲେ କଙ୍କଡାମାନେ ନିଜ ଗାତରୁ ବାହାରି ସମୁଦ୍ର ଆଡକୁ ଗସ୍ତ କରିଥାଆନ୍ତି । ଏହାପରେ ସମୁଦ୍ରକୂଳରେ ଅଣ୍ଡା ଦେବା ସହିତ ଛୁଆ ଜନ୍ମ ନେଇଥାଆନ୍ତି । ଯାହାପରେ ଛୁଆଙ୍କ ସହିତ ସେମାନେ ଜଙ୍ଗଲକୁ ଫେରିଥାଆନ୍ତି, ଯାହା ସବୁଠାରୁ ବଡ ମାଇଗ୍ରେସନ ବୋଲି ମତ ରହିଛି । ତେବେ ଅନେକ ସମୟରେ ଛୋଟ କଙ୍କଡା ଅନ୍ୟମାନଙ୍କର ଶିକାର ପାଲଟିଯାଆନ୍ତି । ହେଲେ ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ଖୁବ ଅଧିକ ଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର ଉପକାରୀ ମୂଷା

Tags:

Related Posts