ବିଟ୍ରେନରେ ଗାଧୋଇବା ଉପରେ କଟକଣା

ବିଟ୍ରେନରେ ଗାଧୋଇବା ଉପରେ କଟକଣା
Ipsita Picture
By: Ipsita
Published On

 

ବ୍ରିଟେନର ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଏଠାରେ ଥିବା ଏକ ଆଇଲାଣ୍ଡରେ ଗାଧୋଇବା ଉପରେ କଟକଣା ଲାଗିଛି । ସୂଚନା ଅନୁସାରେ ବ୍ରିଟେନ୍‌ର ଲୁଣ୍ଡି ଦ୍ୱୀପରେ ଗୁରୁତର ଜଳସଙ୍କଟ ଦେଖାଦେବା ପରେ ସେଠାରେ ଲୋକଙ୍କ ଗାଧୋଇବା ଉପରେ କଟକଣା ଲଗାଯାଇଛି । ମାତ୍ର ୨୮ ଜଣ ସ୍ଥାୟୀ ବାସିନ୍ଦା ରହୁଥିବା ଏହି ଦ୍ୱୀପରେ ଏପ୍ରିଲ ମାସରୁ ଆଶାନୁରୂପ ବର୍ଷା ହୋଇନଥିବାରୁ ଜଳାଶୟଗୁଡ଼ିକରେ ଜଳସ୍ତର ହ୍ରାସ ପାଇ ମାତ୍ର ୧୩ ପ୍ରତିଶତକୁ ଖସି ଆସିଥିଲା । ଯାହା ଫଳରେ ବାହାରୁ ଜାହାଜ ଯୋଗେ ପାଣି ଆଣିବାକୁ ପଡ଼ୁଛି । ଅଗଷ୍ଟ ମାସରୁ ସପ୍ତାହକୁ ତିନି ଥର ପ୍ରାୟ ୪,୦୦୦ ଲିଟର ପାଣି ଜାହାଜ ମାଧ୍ୟମରେ ପଠାଯାଉଛି । ପରିସ୍ଥିତି ଜଟିଳ ହେବାରୁ ଏକ ବନ୍ୟଜନ୍ତୁ ପୋଖରୀରୁ ମଧ୍ୟ ପାଣି ପମ୍ପରେ ଉଠାଯାଉଛି । ଏହାସହ ସ୍ଥାନୀୟ ପବ୍‌ର ଶୌଚାଳୟ ବନ୍ଦ କରାଯାଇ ପର୍ଯ୍ୟଟକଙ୍କୁ ପୋଖରୀ ପାଣି ବ୍ୟବହାର ହେଉଥିବା ଅନ୍ୟ ଶୌଚାଳୟକୁ ପଠାଯାଉଛି । ଗାଧୋଇବା ପାଇଁ ବାଥ୍‌ଟବ୍‌ରେ ପାଣି ନ ଭରିବା ପାଇଁ ତାହାର ପ୍ଲଗ୍‌ଗୁଡ଼ିକୁ କାଢ଼ି ଦିଆଯାଇଛି । ସ୍ଥାନୀୟ ଲୋକେ ଗାଧୋଇବା ପାଣିକୁ ବାଲ୍ଟିରେ ଜମାଇ ଶୌଚାଳୟରେ ବ୍ୟବହାର କରୁଛନ୍ତି । ଶୀଘ୍ର ବର୍ଷା ନହେଲେ ଦ୍ୱୀପରୁ ମଣିଷ ଓ ଜୀବଜନ୍ତୁଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିପାରେବୋଲି ମତ ପ୍ରକାଶ ପାଇଛି ।

Tags: