ଘୁଷୁରୀର ମୂଲ୍ୟ ୫କୋଟି

ଘୁଷୁରୀର ମୂଲ୍ୟ ୫କୋଟି
Ipsita Picture
By: Ipsita
Published On

 

ଆମେରିକାର ହ୍ୟୁଷ୍ଟନ ଲାଇଭ୍‌ଷ୍ଟକ୍ ଶୋ’ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୩ ବର୍ଷର ବାଳକ ନିଜର ଗୋଟିଏ ପୋଷା ଘୁଷୁରିକୁ ପ୍ରାୟ ୪.୭୫ କୋଟି ଟଙ୍କାରେ ବିକ୍ରି କରିଛି । ସାଧାରଣତଃ ଆମେରିକାରେ ଗୋଟିଏ ଘୁଷୁରିର ହାରାହାରି ମୂଲ୍ୟ ୫୦ ହଜାର ଟଙ୍କା ହୋଇଥିବା ବେଳେ ଏହି ବାଳକ ଜଣକ ନିଜ ପୋଷା ଜୀବକୁ ୫ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୫ କୋଟି ଟଙ୍କାରେ ବିକ୍ରି କରିବାରେ ସଫଳ ହୋଇଛି । ଯାହାକି ସେହି ଶୋ’ରେ 'ଗ୍ରାଣ୍ଡ ଚାମ୍ପିୟନ ଜୁନିୟର ମାର୍କେଟ ବାରୋ'  ବିବେଚିତ ହୋଇଛି ।  ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରଦର୍ଶନୀରେ ପିଲାମାନେ ମାସ ମାସ ଧରି ପଶୁପାଳନ କରନ୍ତି ଏବଂ ପରେ ସେମାନଙ୍କର ନିଲାମୀ କରାଯାଇଥାଏ । ତେବେ ଏହି ନିଲାମୀରେ ମିଳୁଥିବା ବିପୁଳ ପରିମାଣର ଅର୍ଥ କେବଳ ପଶୁ ପାଇଁ ନୁହେଁ, ବରଂ ପିଲାମାନଙ୍କର କଠିନ ପରିଶ୍ରମ, ସେମାନଙ୍କର ପାଠପଢ଼ା, କୃଷି କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ କମ୍ୟୁନିଟିର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ବଡ଼ ବ୍ୟବସାୟୀ, କମ୍ପାନୀ ଏବଂ ଧନୀ ଦାତାମାନଙ୍କ ଦ୍ୱାରା ବୋଲି ଲଗାଇ ପ୍ରଦାନ କରାଯାଇଥାଏ । ଦେଖିବାକୁ ଏହା ଘୁଷୁରି ପାଇଁ ଏକ ମାମୁଲି କ୍ରୟ-ବିକ୍ରୟ ଭଳି ମନେ ହେଉଥିଲେ ମଧ୍ୟ ପ୍ରକୃତରେ ଏହା ପିଲାମାନଙ୍କ ଭବିଷ୍ୟତ ପାଇଁ ଏକ ପ୍ରକାରର ସ୍କଲାରସିପ୍ ଏବଂ ଆର୍ଥିକ ସହାୟତା ଭାବେ କାର୍ଯ୍ୟ କରିଥାଏ, ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ ।

Tags: