ମାଙ୍କଡର ଦାମ ୨୫ ଲକ୍ଷ
ନିକଟରେ ଚୀନରେ ଲକ୍ଷଲକ୍ଷ ଟଙ୍କାରେ ମାଙ୍କଡ ବିକ୍ରି ହେଉଥିବାର ଖବର ସାମନାକୁ ଆସିଛି । ଏମାନଙ୍କ ଚାହିଦା ଏତେମାତ୍ରାରେ ବଢିଛି କି ସରକାରଙ୍କ ପକ୍ଷରୁ ମାଙ୍କଡଙ୍କ ବଂଶ ବୃଦ୍ଧି ପାଇଁ ଲୋକଙ୍କ ନିକଟରେ ଅପିଲ କରାଯାଇଛି । ତେବେ ଏହା ପଛର କାରଣ ହେଉଛି ଚୀନର ବାୟୋଟେକ ସେକ୍ଟର । ଆଧିକାଂଶ କ୍ଲିନିକାଲ ଟ୍ରାଏଲ ପାଇଁ ମାଙ୍କଡଙ୍କର ଆବଶ୍ୟକତା ରହିଥାଏ, ତେଣୁ ଗୋଟିଏ ଗୋଟିଏ ମାଙ୍କଡ ୨୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି । ସେହିଭଳି ମାଙ୍କଡଙ୍କର ଅଭାବ କାରଣରୁ ଏଭଳି ଅନେକ ଟ୍ରାଏଲ ରହିଛି ଯେଉଁଗୁଡିକ ମାସମାସ ଧରି ହୋଇ ପାରିନାହିଁ । ଏକ୍ସପର୍ଟଙ୍କ ମତରେ ଅନେକ ଔଷଧ ଏଭଳି ରହିଛି ଯେଉଁଗୁଡିକର ଲାଷ୍ଟ ଷ୍ଟେଜ ଟ୍ରାଏଲ ମାଙ୍କଡଙ୍କ ଉପରେ ହିଁ ହୋଇଥାଏ । ଏହି ଔଷଧ ଗୁଡିକର ପ୍ରଭାବ ବିଷୟରେ ଜାଣିବାପାଇଁ ମାଙ୍କଡଙ୍କର ଅତି ଆବଶ୍ୟକ ହୋଇଥାଏ । ସେହିଭଳି ଗୋଟିଏ ମାଙ୍କଡକୁ କ୍ଲିନିକାଲ ଟ୍ରାଏଲ ପାଇଁ ରେଡି କରିବାକୁ ୪ ବର୍ଷ ଲାଗିଥାଏ । ବର୍ତ୍ତମାନ ଚୀନରେ ଗୋଟିଏ ମାଙ୍କଡକୁ ଲାବରେ ଦୁଇଥର ମଧ୍ୟ ବ୍ୟବହାର କରିବାକୁ ପଡୁଛି, ତେଣୁ ଏତେ ଦାମରେ ଏଠାରେ ମାଙ୍କଡମାନେ ବିକ୍ରି ହେଉଛନ୍ତି ।



