ଫୁଲର ଦାମ୍ କୋଟିଏ ଟଙ୍କା
ସାଧାରଣତଃ ଆପଣ ଭଳିକି ଭଳି ଗୋଲାପ ଫୁଲ ଦେଖିଥିବେ । ମାତ୍ର ଏଭଳି ଏକ ଗୋଲାପ ଅଛି ଯାହାକୁ କିଣିବା ଅନେକଙ୍କ ପକ୍ଷେ ସମ୍ଭବପର ନୁହେଁ । ଏହି ଫୁଲର ନାଁ ହେଉଛି ଜୁଲିଏଟ୍ ରୋଜ୍ ଏବଂ ଏହି ଗୋଟିଏ ଫୁଲର ଦାମ୍ ହୀରାର ମୂଲ୍ୟଠାରୁ ବି ଅଧିକ । ଏହି ଫୁଲର ସ୍ୱତନ୍ତ୍ରତା ହେଉଛି ୧୫ ବର୍ଷ ମଧ୍ୟରେ ଏହା ଥରେମାତ୍ର ଫୁଟିଥାଏ । ତେଣୁ ଏହାକୁ ବିଶ୍ୱର ସବୁଠୁ ମୂଲ୍ୟବାନ ଫୁଲ କୁହାଯାଏ । […]
ସାଧାରଣତଃ ଆପଣ ଭଳିକି ଭଳି ଗୋଲାପ ଫୁଲ ଦେଖିଥିବେ । ମାତ୍ର ଏଭଳି ଏକ ଗୋଲାପ ଅଛି ଯାହାକୁ କିଣିବା ଅନେକଙ୍କ ପକ୍ଷେ ସମ୍ଭବପର ନୁହେଁ । ଏହି ଫୁଲର ନାଁ ହେଉଛି ଜୁଲିଏଟ୍ ରୋଜ୍ ଏବଂ ଏହି ଗୋଟିଏ ଫୁଲର ଦାମ୍ ହୀରାର ମୂଲ୍ୟଠାରୁ ବି ଅଧିକ । ଏହି ଫୁଲର ସ୍ୱତନ୍ତ୍ରତା ହେଉଛି ୧୫ ବର୍ଷ ମଧ୍ୟରେ ଏହା ଥରେମାତ୍ର ଫୁଟିଥାଏ । ତେଣୁ ଏହାକୁ ବିଶ୍ୱର ସବୁଠୁ ମୂଲ୍ୟବାନ ଫୁଲ କୁହାଯାଏ । ଏହା ଦେଖିବାକୁ ଖୁବ୍ ସୁନ୍ଦର ହେବା ସହିତ ସୁଗନ୍ଧିତ ମଧ୍ୟ । ଅନ୍ୟ ସାଧାରଣ ଗୋଲାପ ଖୁବ୍ ସହଜରେ ଉତ୍ପାଦନ ହେଉଥିବାବେଳେ ଏହି ଫୁଲ ପଛରେ ବହୁ ପରିଶ୍ରମ କରିବାକୁ ପଡିଥାଏ । ଅନେକ ପରୀକ୍ଷା ନିରୀକ୍ଷା କରିବା ପରେ ଡେଭିଡ୍ ଅଷ୍ଟିନ୍ ନାମକ ଜଣେ ବ୍ୟକ୍ତି ଏହି ଫୁଲଗଛକୁ ଉତ୍ପାଦନ କରିଥିଲେ । ତେବେ ଗୋଟିଏ ଫୁଲ ଫୁଟିବାକୁ ୧୫ ବର୍ଷର ସମୟ ଲାଗିଥାଏ । ଫୁଲ ଫୁଟିବା ପୂର୍ବରୁ ୧୫ ବର୍ଷ ଧରି ଜୁଲିଏଟ୍ ରୋଜ୍ ଗଛର କେବଳ ଦେଖାରଖା କରାଯାଏ । ଗୋଲାପର ବିଭିନ୍ନ ପ୍ରଜାତିକୁ ମିଶାଇ ଜୁଲିଏଟ୍ ପ୍ରଜାତିକୁ ପ୍ରସ୍ତୁତ କରାଯାଇଛି । ୨୦୦୬ ମସିହାରେ ସର୍ବପ୍ରଥମେ ଜୁଲିଏଟ୍ ରୋଜ୍ ଫୁଟିଥିବାବେଳେ ଏହାର ଦାମ୍ ସେତେବେଳେ ୯୦ କୋଟି ଟଙ୍କା ଥିଲା । ମାତ୍ର ବର୍ତ୍ତମାନ ଏହାର ଦାମ୍ ୧୩୦ କୋଟି ଟଙ୍କା ।




