କଏନ୍ର ଦାମ ୧୫୦ କୋଟି
ନିକଟରେ ଆମେରିକୀୟ ମୁଦ୍ରା ଏକ ସେଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ଯାହା ପରେ ଏହା ବର୍ତ୍ତମାନ ଇତିହାସ ପାଲଟିଛି । ହେଲେ ଏହାର ଶେଷ ମୁଦ୍ରା ସେଟ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି, କାରଣ ଏହା କୋଟିକୋଟି ଟଙ୍କାରେ ନିଲାମ ହୋଇଛି । ଡିସେମ୍ବର ୨୫ରେ ବନ୍ଦ ହୋଇଥିବା ଏହି ମୁଦ୍ରାଟିର କିଛି ସେଟ ୧୫୦ କୋଟିରେ ନିଲାମ ହୋଇଛି । ନିକଟରେ ହୋଇଥିବା ଏକ ନିଲାମୀରେ ଏହି ସେଟ ଗୁଡିକ ଏତେ ଅଧିକ ରାଶିରେ ନିଲାମ ହୋଇଛି, ଯାହା ବର୍ତ୍ତମାନ ଏହାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି । ସୂଚନା ଅନୁସାରେ ନିଲାମୀରେ ୨୩୨ ସେଟ କଏନ୍କୁ ସ୍ଥାନ ଦିଆଯାଇଥିଲା, ଯେଉଁଥିରେ ଗୋଟେଗୋଟେ ସେଟ ସାତ କୋଟିରେ ନିଲାମ ହୋଇଥିଲା । ପ୍ରତିଟି ସେଟର କଏନ୍ ଗୁଡିକ ସୁନାରୁ ପ୍ରସ୍ତୁତ ହୋଇଛି । ଏହାକୁ କିଣିଥିବା ଲୋକଙ୍କୁ କଏନ୍କୁ ପ୍ରସ୍ତୁତ କରୁଥିବା ଛାଞ୍ଚ ମଧ୍ୟ ସାଙ୍ଗରେ ପ୍ରଦାନ କରାଯାଇଛି ।
Tags:




