ଉତ୍ସବକୁ ଯିବେନି ନୂଆବୋହୂ

ଉତ୍ସବକୁ ଯିବେନି ନୂଆବୋହୂ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଦ୍ଭାବନର ସମ୍ଭାବନା

ଚୀନ ବିଭିନ୍ନ ସମୟରେ ନିଜର ଅଜବ ଅଜବ କଟକଣା ପାଇଁ ଚର୍ଚ୍ଚାରେ ରହିଥାଏ । ସେହିଭଳି ଏକ ନିୟମ ବର୍ତ୍ତମାନ ସୋସିଆଲ ମିଡିଆ ସହିତ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୀନର ଉତ୍ତର ଭାଗରେ ଏଭଳି ଏକ ଉତ୍ସବର ଆୟୋଜନ କରାଯାଇଥାଏ ଯେଉଁଠାକୁ ନୂଆ ବୋହୂଙ୍କର ଯିବା ଉପରେ ବାରଣ କରାଯାଇଛି । ଯାହାର ନାମ ଲାଲଟେନ ଉତ୍ସବ । ଲାଲଟେନକୁ ଏଠାରେ ପୂବଜଙ୍କ ପ୍ରତୀକ ଭାବେ ପରିଗଣିତ କରନ୍ତି । ଯେଉଁ କାରଣରୁ ସେମାନଙ୍କ ସମ୍ମାନ ପାଇଁ ମହିଳାଙ୍କୁ ନିଜ ଶାଶୁଘର ପାଖରୁ ଦୂରରେ ରହିବାକୁ ପଡିଥାଏ । ଏହି ଉତ୍ସବ ସମୟରେ ନୂଆବୋହୂମାନେ ଡୁଓଡେଙ୍ଗ ରୀତିକୁ ପାଳନ କରିବାର ନିୟମ ରହିଛି । ଏହି ସମୟରେ ବୋହୂମାନେ ନିଜ ଶାଶୁଘର ଛାଡି ବାପଘର କିମ୍ବା ଅନ୍ୟକାହା ଘରେ ଆଶ୍ରୟ ନେଇଥାଆନ୍ତି । ମାନତ୍ୟା ରହିଛି କି ଏହି ସମୟରେ ଯଦି ନୂଆ ବୋହୂ ଏହି ସମୟରେ ଲାଲଟେନର ଆଲୋକ ଦେଖିନିଅନ୍ତି ତେବେ ସେମାନଙ୍କ ଶାଶୁ ଦୃଷ୍ଟି ଶକ୍ତି ହରାଇ ବସିବେ, କିମ୍ବା ପରିବାର ଉପରେ କୌଣସି ବିପଦ ପଡିବ । କିଛି ଅଞ୍ଚଳରେ ଝିଅର ଏହି ଉତ୍ସବରେ ବାପ ଘରକୁ ବି ଯିବା ଉପରେ ବାରଣ ରହିଛି, କାରଣ ବାପ ଘର ଉପରେ ବିପତ୍ତି ଆସିବ । ଆଜି ବି କିଛି ସ୍ଥାନରେ ଏହି ପ୍ରଥା ପାଳନର ପରମ୍ପରା ଏବେ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର ଲୁଇ ବ୍ରେଲ୍

Tags: