ପ୍ଲାଷ୍ଟିକ ଖାଇବାର ନୂଆ ଟ୍ରେଣ୍ଡ

ପ୍ଲାଷ୍ଟିକ ଖାଇବାର ନୂଆ ଟ୍ରେଣ୍ଡ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଗ୍ରୀନ ରିକ୍ସା 

ଚୀନରେ ସବୁବେଳେ ନୂଆନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥାଏ । ଯେଉଁଥିରେ ଲୋକମାନେ ପ୍ଲାଷ୍ଟିକରେ ଖାଦ୍ୟକୁ ଗୁଡାଇ ଚୋବାଇ ଖାଉଛନ୍ତି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡରେ ପରିଣତ ହୋଇଛି, ଯାହାର ନାଁ ରହିଛି କ୍ଲିଂ ରାପ ଡାଏଟର ନାଁ ମଧ୍ୟ ଦିଆଯାଇଛି । ଏହି ଡାଏଟରେ ଲୋକମାନେ ନିଜ ମୁହଁରେ ପ୍ଲାଷ୍ଟିକ ଜରି ରଖି ସେଥିରେ ଖାଦ୍ୟ ରଖିଥାଆନ୍ତି । ଏହାପରେ ପ୍ଲାଷ୍ଟିକ ସହିତ ଉକ୍ତ ଖାଦ୍ୟକୁ ଚୋବାଇଥାଆନ୍ତି । ଏହିପରି କିଛି ସମୟ ଚୋବାଇବା ପରେ ସେମାନେ ଉକ୍ତ ଖାଦ୍ୟକୁ ଫୋପାଡି ଦେଇଥାଆନ୍ତି । ଏହା ସାହାଯ୍ୟରେ ଶରୀରକୁ କ୍ୟାଲୋରୀ ଯାଇନଥାଏ କିନ୍ତୁ ମସ୍ତିଷ୍କ ଓ ପେଟ ଭରିବା ଭଳି ଅନୁଭୂତି ହୋଇଥାଏ । ଏହି ଡାଏଟ ସାହାଯ୍ୟରେ ଲୋକଙ୍କୁ ଭୋକ କମ ଲାଗୁଥିବାବେଳେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ହେଲେ ଏକ୍ସପର୍ଟଙ୍କ ମତରେ ଏହି ଅଭ୍ୟାସ ସୁରକ୍ଷିତ ନୁହେଁ । ଏହାଦ୍ବାରା ଶରୀରରେ ପୋଷଣ ଅଭାବ ଦେଖିବାକୁ ମିଳିବ, ତେଣୁ ଅଧିକ ଦିନ ଧରି ଏହି ଅଭ୍ୟାସକୁ ଅନୁକରଣ କରିବା ଆମ ପାଇଁ କ୍ଷତିକାରକ ବୋଲି ଏକ୍ସପର୍ଟ ମତ ଦେଉଛନ୍ତି ।

ସମ୍ବନ୍ଧିତ ଖବର ଛେଳିର ଜନ୍ମଦିନ

Tags: