ଫ୍ରାନ୍ସର ରହସ୍ୟମୟୀ ଝରଣା
ଫ୍ରାନ୍ସ: ପୃଥିବୀ ଅନେକ ରହସ୍ୟରେ ଭରି ରହିଛି, ଯାହାକୁ ଉନ୍ମୋଚନ କରିବାକୁ ବୈଜ୍ଞାନିକମାନେ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି । ତେବେ ଏଭଳି କିଛି ରହସ୍ୟ ରହିଛି ଯାହା ବିଷୟରେ ଏବେ ଯାଏଁ ବୈଜ୍ଞାନିକମାନେ ମଧ୍ୟ ଜାଣିପାରି ନାହାନ୍ତି । ସେହିଭଳି ଏକ ରହସ୍ୟ ରହିଛି ଫ୍ରାନ୍ସର ବୁରଙ୍ଗୁଡି ପ୍ରଦେଶରେ । ଏଠାରେ ଥିବା ଚୋନେର ସହରର ଏକ ସ୍ଥାନରେ ମାଟିରୁ ସର୍ବଦା ପାଣି ବାହାରୁଛି । ଏଠାରେ ପ୍ରତି ସେକେଣ୍ଡରେ ପାଖାପାଖି ୩୦୦ ଲିଟର ପାଣି ମାଟିରୁ […]
ଫ୍ରାନ୍ସ: ପୃଥିବୀ ଅନେକ ରହସ୍ୟରେ ଭରି ରହିଛି, ଯାହାକୁ ଉନ୍ମୋଚନ କରିବାକୁ ବୈଜ୍ଞାନିକମାନେ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି । ତେବେ ଏଭଳି କିଛି ରହସ୍ୟ ରହିଛି ଯାହା ବିଷୟରେ ଏବେ ଯାଏଁ ବୈଜ୍ଞାନିକମାନେ ମଧ୍ୟ ଜାଣିପାରି ନାହାନ୍ତି । ସେହିଭଳି ଏକ ରହସ୍ୟ ରହିଛି ଫ୍ରାନ୍ସର ବୁରଙ୍ଗୁଡି ପ୍ରଦେଶରେ । ଏଠାରେ ଥିବା ଚୋନେର ସହରର ଏକ ସ୍ଥାନରେ ମାଟିରୁ ସର୍ବଦା ପାଣି ବାହାରୁଛି । ଏଠାରେ ପ୍ରତି ସେକେଣ୍ଡରେ ପାଖାପାଖି ୩୦୦ ଲିଟର ପାଣି ମାଟିରୁ ବାହାରୁଛି ।
ହଜାରେ ବର୍ଷ ହେବ ବାହାରୁଥିବା ଏହି ପାଣିର ରହସ୍ୟ ଆଜି ଯାଏ ଜଣାପଡିନାହିଁ । ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସ୍ରୋତ କେଉଁଠି ତାହା ଜାଣି ନାହାନ୍ତି । ଫ୍ରାନ୍ସର ଏହି ରହସ୍ୟମୟୀ ଝରଣାକୁ କେତେକ ଲୋକ ଚମତ୍କାର ବୋଲି ମାନିଥାଆନ୍ତି । ତେବେ ଅନେକ ବର୍ଷ ପୂର୍ବରୁ ଏଠାରେ ଲୋକମାନେ ସ୍ନାନ ମଧ୍ୟ କରୁଥିଲେ । ଝରଣାର ସ୍ରୋତ ଖୋଜିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସେହିଭଳି ସ୍ରୋତ ଖୋଜିବା ସମୟରେ ଏଠାରେ କେତେଜଣଙ୍କର ମୃତୁ୍ୟ ମଧ୍ୟ ହୋଇଥିବା ଜଣାପଡିଛି ।




