ମାଙ୍କଡର ମୂଲ୍ୟ ୨୫ ଲକ୍ଷ

ମାଙ୍କଡର ମୂଲ୍ୟ ୨୫ ଲକ୍ଷ
Ipsita Picture
By: Ipsita
Published On

 

ଚୀନ୍ରେ ଗୋଟିଏ ମାଙ୍କଡ଼ର ମୂଲ୍ୟ ୨୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯାଇଛି, ଯାହା ଫଳରେ ଟଙ୍କା ଥାଇ ମଧ୍ୟ ଅନେକ ଲାବୋରେଟୋରୀକୁ ମାଙ୍କଡ଼ ମିଳୁନଥିବାରୁ ବୈଜ୍ଞାନିକମାନଙ୍କୁ ସେମାନଙ୍କ ରିସର୍ଚ୍ଚ ପ୍ରୋଜେକ୍ଟ ବନ୍ଦ କରିବାକୁ ପଡ଼ୁଛି । ସୂଚନା ଅନୁସାରେ ଏଗୁଡ଼ିକ 'କ୍ରାବ୍-ଇଟିଂ ମକାକ୍' ପ୍ରଜାତିର ମାଙ୍କଡ଼, ଯାହାର ବ୍ୟବହାର ନୂଆ ଔଷଧର ଟେଷ୍ଟିଂ ପାଇଁ କରାଯାଇଥାଏ । ଗୋଟିଏ ବର୍ଷ ପୂର୍ବେ ଏମାନଙ୍କ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଥିଲା, ଯାହା ଏବେ ବୃଦ୍ଧି ପାଇ ୨୫ ଲକ୍ଷରେ ପହଞ୍ଚିଛି । ଚୀନ୍ରେ ନୂଆ ଔଷଧ ଉପରେ ଦ୍ରୁତ ଗତିରେ ଚାଲିଥିବା ଗବେଷଣା ଯୋଗୁଁ ଏମାନଙ୍କ ଚାହିଦା ଅଚାନକ ବଢ଼ିଯାଇଛି । ସପ୍ଲାୟରମାନଙ୍କ କହିବା ଅନୁଯାୟୀ ଏହି ବର୍ଷର ସମସ୍ତ ମାଙ୍କଡ଼ ପୂର୍ବରୁ ହିଁ ବୁକ୍ ହୋଇସାରିଛନ୍ତି । ଗ୍ୱାଙ୍ଗଝୋଉର ଜିନାନ୍ ୟୁନିଭରସିଟିର ବୈଜ୍ଞାନିକ ଗୁଓ ଶ୍ୟାଙ୍ଗ୍ୟୂଙ୍କ ଅନୁଯାୟୀ, ସେମାନଙ୍କ ଲାବୋରେଟୋରୀକୁ ପ୍ରତିବର୍ଷ ୩୦ ରୁ ୫୦ଟି ମାଙ୍କଡ଼ର ଆବଶ୍ୟକତା ଥାଏ। ମାତ୍ର ବର୍ତ୍ତମାନ ଦାମ୍ ଏତେ ବଢ଼ିଯାଇଛି ଯେ ଅନେକ ପ୍ରୋଜେକ୍ଟ ଅଟକାଇବାକୁ ପଡ଼ିଛି । ବିଶେଷଜ୍ଞମାନଙ୍କ କହିବା କଥା ଯେ ମାଙ୍କଡ଼ଙ୍କ ସଂଖ୍ୟା ଶୀଘ୍ର ବଢ଼ାଯାଇପାରିବ ନାହିଁ, କାରଣ ଏମାନଙ୍କୁ ପ୍ରସ୍ତୁତ ହେବା ପାଇଁ ଅନେକ ବର୍ଷ ସମୟ ଲାଗିଥାଏ । ତେଣୁ ଏହି ଅଭାବ ଦେଖିବାକୁ ମିଳୁଛି ।

Tags: