ମାଙ୍କଡ କାଟୁଛି କେଶ
କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ଅନ୍ତର୍ଗତ ସନ୍ତମାରାହଲ୍ଲୀ ଗାଁରୁ ଏକ ଆଶ୍ଚର୍ଯ୍ୟଜନକ କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ମାଙ୍କଡ଼ ନିଜର କେଶ କାଟିବା ସହ ମସାଜ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ରିପୋର୍ଟ ଅନୁସାରେ, ସ୍ଥାନୀୟ ‘ଦେବୁ ମେନ୍ସ ହେୟାରକଟ୍ ସେଲୁନ୍’ର ମାଲିକ ଦେବରାଜ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ସେଲୁନ୍ ଆଖପାଖରେ ଥିବା ମାଙ୍କଡ଼ମାନଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତି । ଦିନେ ଏକ ମାଙ୍କଡ଼ ହଠାତ୍ ସେଲୁନ୍ ଭିତରକୁ ପଶି ଆସି ଜଣେ ନିୟମିତ ଗ୍ରାହକଙ୍କ ଭଳି ଚେୟାର୍ ପାଖରେ ବସିଯାଇଥିଲା । ଦେବରାଜ ମଜାକରେ ମାଙ୍କଡ଼ଟିର ଚୁଟି ଉପରେ ବ୍ରଶ୍ ଚଲାଇଥିଲେ ମଧ୍ୟ ସେ ସେଠାରୁ ନ ପଳାଇ ବରଂ ବେଶ୍ ଆରାମରେ ବସି ରହିଥିଲା, ଯାହାପରେ ଏହି ନିଆରା ହେୟାରକଟ୍ର ସିଲସିଲା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜଣେ ମଣିଷ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ଥିବା ଏହି ନିଆରା ବନ୍ଧୁତା ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛି ।




