ଛତୁ ଖାଇ ଫେରିଲା ସ୍ମତିଶକ୍ତି

ଛତୁ ଖାଇ ଫେରିଲା ସ୍ମତିଶକ୍ତି
Ipsita Picture
By: Ipsita
Published On

 

ସୂଚନା ଅନୁଯାୟୀ ଏକ ପ୍ରାୟୋଗିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଛତୁ ଖାଇବା ଦ୍ୱାରା ଜଣେ ମହିଳାଙ୍କ ସ୍ମରଣଶକ୍ତି ଫେରିଆସିଛି । ଏହି ଗବେଷଣାରେ ଆଡଭାନ୍ସଡ ଅଲଜାଇମର ରୋଗରେ ପୀଡ଼ିତ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ୫ ଗ୍ରାମର 'ସାଇଲୋସାଇବିନ ମସରୁମ୍' ଦିଆଯାଇଥିଲା । ଏହାପରେ ତାଙ୍କଠାରେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଭାବେ କଥାବାର୍ତ୍ତା କରିବା ସହ ସମ୍ପୂର୍ଣ୍ଣ ବାକ୍ୟ କହିପାରିଲେ ଏବଂ ବହୁଦିନରୁ ଭୁଲିଯାଇଥିବା ସ୍ମୃତିକୁ ମଧ୍ୟ ମନେ ପକାଇପାରିଲେ । ପରିବାର ଲୋକ ଓ ସଂଶୋଧକମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଥିଲେ । ହେଲେ ଏହି ସୁଧାର ସ୍ଥାୟୀ ନଥିଲା ଏବଂ କିଛି ସମୟ ପରେ ଏହାର ପ୍ରଭାବ ଶେଷ ହୋଇଯାଇଥିଲା । ଯେହେତୁ ଏହି ମାମଲାଟି ମାତ୍ର ଜଣେ ରୋଗୀଙ୍କ ସହ ଜଡ଼ିତ ଥିଲା, ତେଣୁ ବୈଜ୍ଞାନିକମାନେ ଏହା ଦ୍ୱାରା ରୋଗ ସମ୍ପୂର୍ଣ୍ଣ ଭଲ ହେବା ନେଇ କୌଣସି ଦାବି କରିନାହାନ୍ତି । ସୂଚନାଯୋଗ୍ୟ ଯେ, ସାଇଲୋସାଇବିନ ହେଉଛି କେତେକ ବିଶେଷ ପ୍ରକାରର ମସରୁମ୍ରେ ମିଳୁଥିବା ଏକ ସାଇକୋଆକ୍ଟିଭ୍ କମ୍ପାଉଣ୍ଡ । ବର୍ତ୍ତମାନ ସମୟରେ ଡିପ୍ରେସନ, ଆଙ୍ଗଜାଇଟି, ପିଟିଏସଡି, ନିଶା ଏବଂ ମାନସିକ କାର୍ଯ୍ୟଦକ୍ଷତା ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଅଧିକ ଗବେଷଣା ଜାରି ରହିଛି ।

Tags: