ବ୍ୟକ୍ତି ସାଜିଲେ କୁଡୁକି କୁକୁଡା

ବ୍ୟକ୍ତି ସାଜିଲେ କୁଡୁକି କୁକୁଡା
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ୨୦୧୭ ମସିହାର ଏକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଫ୍ରାନ୍ସର ଜଣେ କଳାକାର ଆବ୍ରାହମ ପ୍ୱାଂଶଭାଲ ଏକ ନିଆରା ପରୀକ୍ଷଣ କରିଥିଲେ, ଯେଉଁଥିରେ ସେ ପ୍ୟାରିସର ଏକ ସଂଗ୍ରହାଳୟରେ କାଚ ବାକ୍ସ ଭିତରେ କ୍ରମାଗତ ୩ ସପ୍ତାହ ପର୍ଯ୍ୟନ୍ତ ବସି ରହିଥିଲେ । ତେବେ ସେ ଏପରି ଏକ ନିଆରା କାରଣ ପାଇଁ ବସିଥିଲେ । ନିଜ ଶରୀରର ଉତ୍ତାପ ଦେଇ ୧୦ଟି କୁକୁଡ଼ା ଅଣ୍ଡାରୁ ଛୁଆ ବାହାର କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ଅଣ୍ଡାଗୁଡ଼ିକୁ ସେ ସିଧାସଳଖ ନିଜ ତଳେ ନରଖି ସିଟ୍ ତଳେ ଥିବା ଏକ ବିଶେଷ କଣ୍ଟେନରରେ ରଖିଥିଲେ । ଯାହାଫଳରେ ସେଗୁଡ଼ିକ ଗରମ ରହିବା ସହ ଭାଙ୍ଗିବାର ଭୟ ନଥିଲା ।  ଅଣ୍ଡାଗୁଡ଼ିକୁ ୩୭ ଡିଗ୍ରୀ ତାପମାତ୍ରାରେ ରଖିବା ଜରୁରୀ ଥିବାରୁ ସେ କୋରିଆନ୍ କମ୍ବଳ ଘୋଡ଼ି ହେଉଥିଲେ । ଏହାସହିତ ଶରୀରକୁ ଗରମ ରଖିବା ପାଇଁ ପ୍ରଚୁର ପରିମାଣରେ ଅଦା ଖାଉଥିଲେ । ସେ ପ୍ରତିଦିନ ୨୩.୫ ଘଣ୍ଟା ସେହି ବାକ୍ସ ଭିତରେ ବିତାଉଥିଲେ ଏବଂ କେବଳ ୩୦ ମିନିଟ୍ ପାଇଁ ବାହାରକୁ ଆସି ଖାଦ୍ୟ ଖାଉଥିଲେ । ପ୍ରଥମେ ପ୍ରାଣୀ ଅଧିକାର ସଂଗଠନ ଓ ବୈଜ୍ଞାନିକମାନେ ମଣିଷ ଉତ୍ତାପରେ ଅଣ୍ଡା ଫୁଟିବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ହେଲେ ୩ ସପ୍ତାହ ପରେ ପ୍ରଥମ ଅଣ୍ଡାଟି ଫୁଟିଥିଲା ଏବଂ ଦୁଇ ଦିନ ମଧ୍ୟରେ ୧୦ଟିରୁ ୯ଟି ଅଣ୍ଡାରୁ ଛୁଆ ବାହାରି ଆସିଥିଲେ । ଏହିପରି ଭାବେ ଆବ୍ରାହମଙ୍କର ଏହି ଅଦ୍ଭୁତ ପ୍ରୟୋଗ ସଫଳ ହୋଇଥିଲା ଏବଂ  ଆଜି ମଧ୍ୟ ବି ଏହା ବିଶ୍ୱବ୍ୟାପୀ ଏକ ଚର୍ଚ୍ଚାର ବିଷୟ ହୋଇ ରହିଛି ।

Tags: