ମଣିଷଖିଆ ପାହାଡ଼
ବୃହତ୍ ସଂଖ୍ୟକ ଚାନ୍ଦି ଖଣିକୁ ନେଇ ଦକ୍ଷିଣ ଆଫ୍ରିକୀୟ ଦେଶ ବୋଲିଭିଆ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ହେଲେ ଚାନ୍ଦି ଖଣି ସମେତ ଏହି ଦେଶ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ଦେଶରେ ଥିବା ସେରୋ ରିକୋ ନାମକ ଏକ ରହସ୍ୟପୂର୍ଣ୍ଣ ପାହାଡ଼ ଏକାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । ଏହି ପାହାଡ଼ କାରଣରୁ ଏଠାରେ ମାସକୁ ପ୍ରାୟ ୧୫ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥାଆନ୍ତି […]
ବୃହତ୍ ସଂଖ୍ୟକ ଚାନ୍ଦି ଖଣିକୁ ନେଇ ଦକ୍ଷିଣ ଆଫ୍ରିକୀୟ ଦେଶ ବୋଲିଭିଆ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ହେଲେ ଚାନ୍ଦି ଖଣି ସମେତ ଏହି ଦେଶ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ଦେଶରେ ଥିବା ସେରୋ ରିକୋ ନାମକ ଏକ ରହସ୍ୟପୂର୍ଣ୍ଣ ପାହାଡ଼ ଏକାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । ଏହି ପାହାଡ଼ କାରଣରୁ ଏଠାରେ ମାସକୁ ପ୍ରାୟ ୧୫ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥାଆନ୍ତି । ଏହି ପାହାଡ଼ ତଳେ ପ୍ରାୟ ୫୦୦ ବର୍ଷର ପୁରୁଣା ଚାନ୍ଦି ଖଣି ଅଛି । ଯେଉଁଥିରେ ହଜାର ହଜାର ଟନ୍ ରୂପା ଲୁକ୍କାୟିତ ଅବସ୍ଥାରେ ରହିଛି । ପୁରାତନ ସମୟରେ ସ୍ପେନ୍ର ଶାସକମାନେ ଏହି ଖଣିକୁ ଖନନ କରି ଅଧିକାଂଶ ରୂପା ଲୁଟିନେଇଥିଲେ । ତେଣୁ କୁହାଯାଏ ସ୍ପେନିସ୍ ଔପନିବେଶକ ଯୁଗରେ ଏହି ପାହାଡ଼ରୁ ୨ ବିଲିୟନ୍ ଆଉନ୍ସ ରୂପା ବାହାର କରାଯାଇଥିଲା । ମାତ୍ର ତାହା ସେତେବେଳେ ସେତେ ସହଜ ନଥିଲା । ଖନନ ସମୟରେ ସୁଡ଼ଙ୍ଗରେ ଫଶି ପ୍ରାୟ ୮୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଯାହାଫଳରେ ଏହି ପାହାଡ଼କୁ ମଣିଷଖିଆ ପାହାଡ଼ ବୋଲି କୁହାଯାଏ । ଏବେବି ଏହି ଖଣିରେ ୧୫ ହଜାରରୁ ଅଧିକ ଶ୍ରମିକ କାମ କରୁଥିବାବେଳେ ବିଭିନ୍ନ ସମୟରେ ଶ୍ରମିକଙ୍କ ମୃତ୍ୟୁ ହୋଇଯିବାର ଖବର ସାମନାକୁ ଆସେ । ଏଠାରେ କାମ କରୁଥିବା ଖୁବ୍ କମ୍ ଲୋକ ଏଭଳି ଥାଆନ୍ତି ଯେଉଁମାନେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ରୁହନ୍ତି । ସୁଡ଼ଙ୍ଗରେ ପରିପୂର୍ଣ୍ଣ ଏହି ପାହାଡ଼ରେ କ୍ରମାଗତ ଖନନ କରିବା ଦ୍ୱାରା ପ୍ରାୟ ସମୟରେ ପାହାଡ଼ର କିଛି ଅଂଶ ଧସିଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଥାଏ । ଏହାସହିତ ସୁଡ଼ଙ୍ଗ ମଧ୍ୟରେ ଏତେମାତ୍ରାରେ ଧୂଳି ଜମିଯାଏ ଯେ ଶ୍ରମିକଙ୍କ ଫୁସଫୁସରେ ଜମିଯିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥାଏ ।




