ସବୁଠାରୁ ଦୀର୍ଘ ନାମ

ସବୁଠାରୁ ଦୀର୍ଘ ନାମ
Ipsita Picture
By: Ipsita
Published On

 

ଦୁନିଆରେ ସବୁଠାରୁ ଲମ୍ବା ବ୍ୟକ୍ତିଗତ ନାମ ରଖିବାର ରେକର୍ଡ ଅଷ୍ଟ୍ରେଲିଆର ଲରେନ୍ସ ୱାଟକିନ୍ସଙ୍କ ନାମରେ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜେ ମଧ୍ୟ ଏହି ସମ୍ପୂର୍ଣ୍ଣ ନାମକୁ ନିଜେ ମନେ ରଖିପାରି ନାହାନ୍ତି । ଗିନିଜ୍ ୱାର୍ଲ୍ଡ ରେକର୍ଡସ ବହି ପଢ଼ିବା ପରେ କୌଣସି ଏକ ରେକର୍ଡ ଭାଙ୍ଗିବା ପାଇଁ ଚିନ୍ତା କରି ଲରେନ୍ସ ୧୯୯୦ ମସିହାରେ ଆଇନଗତ ଭାବେ ନିଜର ନାମ ବଦଳାଇ ଦେଇଥିଲେ । ସେ ସହରର ଏକ ଲାଇବ୍ରେରୀରେ କାମ କରୁଥିବା ସମୟରେ ବିଭିନ୍ନ ବହିରୁ ନାମ ସବୁ ବାଛିଥିଲେ ଏବଂ କିଛି ନାମ ତାଙ୍କ ସହକର୍ମୀମାନେ ମଧ୍ୟ ପରାମର୍ଶ ଦେଇଥିଲେ । ଏହିପରି ଭାବେ ବଢ଼ି ବଢ଼ି ତାଙ୍କର ସମ୍ପୂର୍ଣ୍ଣ ନାମଟି ମୋଟ ୨୨୫୩ଟି ନାମକୁ ମିଶାଇ ଗଠିତ ହୋଇଛି । ଯାହାକି ଏତେ ଲମ୍ବା ଯେ ତାଙ୍କ ବିବାହ ସମୟରେ ପାଦ୍ରୀଙ୍କୁ ତାଙ୍କର ପୂରା ନାମ ପଢ଼ିବା ପାଇଁ ପ୍ରାୟ ୨୦ ମିନିଟ୍ ସମୟ ଲାଗିଯାଇଥିଲା । ଏତେ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ ସୁଦ୍ଧା, ଲରେନ୍ସ ନିଜେ ନାମକୁ ସଠିକ୍ ଭାବରେ କହିପାରନ୍ତି ନାହିଁ ।

Tags: