ସବୁଠୁ ଉତ୍ତପ୍ତ ଦିନ

ସମଗ୍ର ବିଶ୍ୱରେ ଜୁଲାଇ ୩ ତାରିଖକୁ ସବୁଠୁ ଅଧିକ ଉତ୍ତପ୍ତ ଦିବସ ବୋଲି କୁହାଯାଉଛି । ଆମେରିକୀୟ ନ୍ୟାସନାଲ୍‌ ସେଣ୍ଟର୍ସ ଫର୍‌ ଏନଭାର୍ଣ୍ଣମେଣ୍ଟାଲ ପ୍ରେଡିକ୍ସନ ସୂଚନାନୁସାରେ ଜୁଲାଇ ୩ରେ ହାରାହାରି ବୈଷୟିକ ତାପମାତ୍ରା ୧୭ ଡିଗ୍ରୀ ସେଲ୍‌ସିୟସ୍‌ ଟପିଥିଲା । ପୂର୍ବରୁ ୨୦୧୬ ଅଗଷ୍ଟରେ ବିଶ୍ୱର ସବୁଠୁ ଅଧିକ ତାପମାତ୍ରା ୧୬.୯୨ ଡିଗ୍ରୀ ରହିଥିଲା । ଅଲ୍‌ ନିନୋ ଏବଂ ବାୟୁମଣ୍ଡଳରେ ବର୍ଦ୍ଧିତ କାର୍ବନ ଡାଇଅକ୍ସାଇଡ୍‌ (ସିଓ୨) କାରଣରୁ ଗରମ ବଢୁଥିବା କୁହାଯାଇଛି । ସେହିପରି ପ୍ରତ୍ୟେକ […]

Samaya Live Picture
Published On

ସମଗ୍ର ବିଶ୍ୱରେ ଜୁଲାଇ ୩ ତାରିଖକୁ ସବୁଠୁ ଅଧିକ ଉତ୍ତପ୍ତ ଦିବସ ବୋଲି କୁହାଯାଉଛି । ଆମେରିକୀୟ ନ୍ୟାସନାଲ୍‌ ସେଣ୍ଟର୍ସ ଫର୍‌ ଏନଭାର୍ଣ୍ଣମେଣ୍ଟାଲ ପ୍ରେଡିକ୍ସନ ସୂଚନାନୁସାରେ ଜୁଲାଇ ୩ରେ ହାରାହାରି ବୈଷୟିକ ତାପମାତ୍ରା ୧୭ ଡିଗ୍ରୀ ସେଲ୍‌ସିୟସ୍‌ ଟପିଥିଲା । ପୂର୍ବରୁ ୨୦୧୬ ଅଗଷ୍ଟରେ ବିଶ୍ୱର ସବୁଠୁ ଅଧିକ ତାପମାତ୍ରା ୧୬.୯୨ ଡିଗ୍ରୀ ରହିଥିଲା । ଅଲ୍‌ ନିନୋ ଏବଂ ବାୟୁମଣ୍ଡଳରେ ବର୍ଦ୍ଧିତ କାର୍ବନ ଡାଇଅକ୍ସାଇଡ୍‌ (ସିଓ୨) କାରଣରୁ ଗରମ ବଢୁଥିବା କୁହାଯାଇଛି । ସେହିପରି ପ୍ରତ୍ୟେକ ଜୁନ୍‌ ମାସ ତୁଳନାରେ ଚଳିତବର୍ଷର ଜୁନ୍‌କୁ ବିଶ୍ୱର ସବୁଠୁ ଉତ୍ତପ୍ତ ମାସ ବୋଲି କୁହାଯାଉଛି ।

Tags: