ଡର ଚିହ୍ନୁଛି ଘୋଡା
By: Ipsita
ସମ୍ବନ୍ଧିତ ଖବର ଉପଗ୍ରହକୁ ଜଗିବେ ବଡିଗାର୍ଡ
ନିକଟରେ ମିଳିଥିବା ସୂଚନା ଅନୁସାରେ ଘୋଡା ମଣିଷଙ୍କ ଡର ଚିହ୍ନୁଛି । ଏହି ଜୀବ ଗୁଡିକ ମଣିଷଙ୍କ ଗନ୍ଧରୁ ସେମାନଙ୍କର ଡର ସମ୍ପର୍କରେ ଜାଣି ପାରିବେ । ଅର୍ଥାତ ଘୋଡାମାନଙ୍କର ବାସ୍ନା ସୁଙ୍ଘି ଭାବ ସମ୍ପର୍କରେ ଜାଣିବାର କ୍ଷମତା ରହିଛି । ଏହି ପରୀକ୍ଷଣ ପାଇଁ ଗବେଷକମାନେ କିଛି ମଣିଷଙ୍କୁ ଭୂତ ଫିଲ୍ମ ଦେଖାଇଥିଲେ । ଯାହାପରେ ଏହି ମଣିଷଙ୍କ ଶରୀରରୁ ଡର କାରଣରୁ ବାହାରିଥିବା ଝାଳକୁ ଘୋଡାଙ୍କ ଆଗରେ ରଖାଯାଇଥିଲା । ତେବେ ଏହି ଝାଳକୁ ଶୁଙ୍ଘିବାପରେ ଘୋଡାମାନେ ଚମକିବାକୁ ଲାଗିଥିଲେ ଏବଂ ସେମାନଙ୍କର ହୃଦୟ ଧଡଧଡ କରିବାରେ ଲାଗିଲା । ସେହିଭଳି ଯେତେବେଳେ ଘୋଡାଙ୍କୁ ଖୁସିଥିବା ଲୋକଙ୍କର ଝାଳ ଘୋଡାଙ୍କୁ ଶୁଙ୍ଘାଯାଇଥିଲା ସେତେବେଳେ ସେମାନେ ପୁରା ସାଧାରଣ ଘୋଡାଭଳି ବ୍ୟବହାର କରିଥିଲେ । ଏଥିରୁ ଜଣା ପଡିଛି କି ଗୋଟିଏ ପଶୁକୁ ଲାଳନ ପାଳନ କରିବାକୁ ହେଲେ ସେମାନଙ୍କର ମନର ଭାବକୁ ଜାଣିବାକୁ ହେବ ।
ସମ୍ବନ୍ଧିତ ଖବର ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା
Tags:



