ଉଚ୍ଚତା ହେଲା କାଳ

ଉଚ୍ଚତା ହେଲା କାଳ
Ipsita Picture
By: Ipsita
Published On


ସାଧାରଣତଃ ସମସ୍ତେ ଅଧିକ ଉଚ୍ଚତା ପାଇଁ ଆଶା ରଖିଥାନ୍ତି, ହେଲେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ ପାଇଁ ଅଧିକ ଉଚ୍ଚତା ତାଙ୍କ ପାଇଁ କାଳ ସାଜିଛି । ସୂଚନା ଅନୁସାରେ ହାଇଦ୍ରାବାଦର ମେହେଦୀପଟ୍ଟନମ୍ ଡିପୋରେ କାର୍ଯ୍ୟରତ ବସ୍ କଣ୍ଡକ୍ଟର ଅମିନ୍ ଅହମ୍ମଦ ଅନସାରୀଙ୍କ ପାଇଁ ତାଙ୍କର ୬ ଫୁଟ୍ ୬ ଇଞ୍ଚର ଲମ୍ବା ଉଚ୍ଚତା ଏବେ ଏକ ଅଜବ ସମସ୍ୟା ଭାବେ ଉଭା ହୋଇଛି । ବସ୍‌ର ଛାତ ନୀଚ୍ଚା ଏବଂ ଭିତର ସ୍ଥାନ ସଂକୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସବୁବେଳେ ନଇଁ କରି କାମ କରିବାକୁ ପଡ଼ୁଥିଲା । ଯାହାଫଳରେ ତାଙ୍କ ବେକ ଏବଂ ପିଠିରେ ପ୍ରବଳ ଯନ୍ତ୍ରଣା ଦେଖାଦେଇଥିଲା । ରାଜ୍ୟ ପରିବହନ ନିଗମ ତାଙ୍କର ଏହି କଷ୍ଟକୁ ବୁଝି ତାଙ୍କୁ ବସ୍ ଡ୍ୟୁଟିରୁ ଅନ୍ତର କରି ପ୍ରଶାସନିକ କାର୍ଯ୍ୟ ଏବଂ ବସ୍ ପାସ୍ ସେକ୍ସନରେ ନିୟୋଜିତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କୁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିଥିଲେ ହେଁ ପୁଣି ସେହି କାମ କରିବାକୁ ପଡ଼ିଥିଲା । ଏହି ସମସ୍ୟା ଗୁରୁତର ହେବାରୁ ଶେଷରେ ଅଧିକାରୀମାନେ ପୁନର୍ବାର ନିଷ୍ପତ୍ତି ନେଇ ତାଙ୍କୁ ଏହି ନୂତନ ଦାୟିତ୍ୱ ଅର୍ପଣ କରିଛନ୍ତି ।

Tags: