ଜାପାନରେ ଗୁପଚୁପର କ୍ରେଜ

ଜାପାନରେ ଗୁପଚୁପର କ୍ରେଜ
Ipsita Picture
By: Ipsita
Published On

 

ଭାରତୀୟ ଷ୍ଟ୍ରିଟ୍ ଫୁଡ୍ 'ଗୁପଚୁପ୍'ର ସ୍ୱାଦ ଏବେ ସୁଦୂର ଜାପାନରେ ନିଜର ଯାଦୁ ଦେଖାଇଛି । ଜାପାନରେ ଦେଖିବାକୁ ମିଳିଛି ଗୁପଚୁପର କ୍ରେଜ ।  ଜାପାନର ଜଣେ ମହିଳା 'ହର୍ମସ'ଙ୍କୁ ଭାରତୀୟ ଗୁପଚୁପ୍ ଏତେ ପସନ୍ଦ ଆସିଛି ଯେ, ସେ ଏବେ ଏହାକୁ ନେଇ ଏକ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ହର୍ମସ ଜଣାଇଛନ୍ତି ଯେ, ସେ ସପ୍ତାହରେ ଅତିକମରେ ଦୁଇଥର ଗୁପଚୁପ୍ ଖାଉଛନ୍ତି ଏବଂ ଏଥିପାଇଁ ସେ ଏକ DIY କିଟ୍ ମଧ୍ୟ କିଣିଛନ୍ତି । କେବଳ ସେ ନୁହଁନ୍ତି, ପୂର୍ବରୁ ନୂଆ ଖାଦ୍ୟ ଖାଇବାକୁ ପସନ୍ଦ କରୁନଥିବା ତାଙ୍କ ସ୍ୱାମୀ ମଧ୍ୟ ଏବେ ଗୁପଚୁପ୍ର ବଡ଼ ପ୍ରଶଂସକ ପାଲଟିଛନ୍ତି। ହର୍ମସଙ୍କ କହିବା ଅନୁଯାୟୀ, ସେ ଜାପାନର ରାଜଧାନୀ ଟୋକିଓରେ ଏକ ଛୋଟ ଗୁପଚୁପ୍ ଷ୍ଟଲ୍ ଖୋଲିବାକୁ ଯୋଜନା କରୁଛନ୍ତି, ଯେଉଁଠାରେ ଲୋକମାନେ ଚାଲୁଥିବା ସମୟରେ ଏହି ଚଟପଟା ଖାଦ୍ୟର ମଜା ନେଇପାରିବେ । ଭାରତୀୟ ସ୍ୱାଦ ପ୍ରତି ଜଣେ ଜାପାନୀ ମହିଳାଙ୍କର ଏହି ଭଲପାଇବା ଦେଖି ସୋସିଆଲ ମିଡିଆରେ ଭାରତୀୟମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ଲୋକ ତାଙ୍କୁ ଗୁପଚୁପ୍ର ବିଭିନ୍ନ ପ୍ରକାରର ଭେରାଇଟି  ଚେଷ୍ଟା କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଜାପାନ ବଜାରରେ ଭାରତୀୟ ଖାଦ୍ୟର ଏହି ଡିମାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

Tags: