ସୁନାର ରାସ୍ତା
By: Ipsita
ସମ୍ବନ୍ଧିତ ଖବର ବିଭିନ୍ନ କ୍ଷେତ୍ରରେ ଉପଯୋଗିତା
ବର୍ତ୍ତମାନ ଭାରତରେ ସୁନା ନିଜର ଦର ପାଇଁ ଚର୍ଚ୍ଚାରେ ରହିଛନ୍ତି । ହେଲେ ଦୁବାଇରେ ବର୍ତ୍ତମାନ ନିର୍ମାଣ ହେବାକୁ ଯାଉଛି ସୁନାର ରାସ୍ତା । ଏନେଇ ଦୁବାଇର ରିଅଲିଷ୍ଟେଟ କମ୍ପାନୀ ଇଥରା ଦୁବାଇ ଏନେଇ ଘୋଷଣା କରିଛି, ଯାହାର ନାମ ରହିଛି ଗୋଲ୍ଡ ଷ୍ଟ୍ରିଟ । ଏହି ରାସ୍ତାକୁ ଗୋଲ୍ଡ ଡିଷ୍ଟ୍ରିକ ନାମକ ଏକ ସହରରେ ନିର୍ମାଣ କରାଯିବ । ଏହା ବିଶ୍ବର ଏଭଳି ଏକ ରାସ୍ତା ଯାହାକୁ ନିର୍ମାଣ କରିବାରେ ପ୍ରଥମଥର ପାଇଁ ସୁନା ଲାଗିବ । ତେବେ ରାସ୍ତା ନିର୍ମାଣର ଟେକ୍ନିକାଲ ଡିଟେଲ୍ସ କି ଡିଜାଇନ ନେଇ କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆ ଯାଇ ନାହିଁ । ସୁନା ଦୁବାଇର ପରମ୍ପରା ସହିତ ଜଡିତ ଥିବାରୁ ଏହି ପରମ୍ପରାକୁ କମ୍ପାନୀ ଆଧୁନିକତାର ଛାପ ଦେବାକୁ ଏହି ରାସ୍ତା ନିର୍ମାଣ କରୁଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । କିଭଳି ଏହି ରାସ୍ତାର ନିର୍ମାଣ ହେବ ତାହା ଜାଣିବାକୁ ଲୋକଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି ।
ସମ୍ବନ୍ଧିତ ଖବର ଅଷ୍ଟ୍ରେଲିଆ ପହଞ୍ଚିଲା କୁକୁର
Tags:



