ଫଳ ହେଉଛି ସ୍ମାର୍ଟ

ଫଳ ହେଉଛି ସ୍ମାର୍ଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ତାପମାତ୍ରା ସହିତ ନିଦର ସମ୍ପର୍କ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଏଆଇ ବା ଜ୍ଞାନକୌଶଳକୁ ବ୍ୟବହାର କରାଯାଉଛି । ନିକଟରେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଆମେ ଖାଉଥିବା ଫଳ ବି  ସ୍ମାର୍ଟ ହେଲେଣି । ଆଧୁନିକ ବୈଷୟିକ ଜ୍ଞାନକୌଶଳ ବଳରେ ଏବେ ଫଳର ସ୍ୱାଦ ଓ ରୂପରେଖ ବଦଳିବାକୁ ଯାଉଛି । ବର୍ତ୍ତମାନ ଏଆଇକୁ ବ୍ୟବହାର କରି ଆପଣ ବିନା ମଞ୍ଜିରେ ଫଳର ମଜା ନେଇପାରିବେ। ଆମେରିକାର ବାୟୋଟେକ୍ କମ୍ପାନୀ ପେୟାରୱାଇଜ୍କ୍ରିସ୍ପର ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏପରି ସ୍ୱତନ୍ତ୍ର ଫଳ ବିକଶିତ କରୁଛି । ଏହି ଫଳ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରାକୃତିକ ସ୍ୱାଦର ଅତି ନିକଟତର ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହି ଜିନ୍-ଏଡିଟିଂ ପ୍ରକ୍ରିୟାରେ ବୈଜ୍ଞାନିକମାନେ ଫଳର ସେହି ଅଂଶକୁ ହଟାଇ ଦେଉଛନ୍ତି ଯାହା ମଞ୍ଜି କିମ୍ବା ପିତା ଅଂଶ ସୃଷ୍ଟି କରିଥାଏ ।  ଏହି ଜଟିଳ କାର୍ଯ୍ୟରେ ଏଆଇ ମେସିନ୍ ଲର୍ନିଂ ବୈଜ୍ଞାନିକମାନଙ୍କୁ ଫଳର ସ୍ୱାଦ, ବାସ୍ନା ଓ ପୋଷକ ତତ୍ତ୍ୱ ବିଷୟରେ ପୂର୍ବାନୁମାନ କରିବାରେ ସାହାଯ୍ୟ କରୁଛି । କେବଳ ସେତିକି ନୁହେଁ, କାଲିଫର୍ଣ୍ଣିଆର ଗ୍ରୀନ୍ ଭେନସ୍କମ୍ପାନୀ ଏପରି ଆଭାକାଡୋ ପ୍ରସ୍ତୁତ କରୁଛି ଯାହା କାଟିବା ପରେ କଳା ପଡ଼ିବ ନାହିଁ । ସେହିଭଳି ଚୀନ୍ର ବୈଜ୍ଞାନିକମାନେ ଟମାଟୋକୁ ୩୦ ପ୍ରତିଶତ ଅଧିକ ମିଠା କରିବାରେ ସଫଳତା ପାଇଛନ୍ତି । ଆଗାମୀ ଦିନରେ ଏହି ଫଳଗୁଡିକୁ ବଜାରରେ ଉପଲବ୍ଧ କରାଇବାକୁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ।  ବଜାରରେ ଏହି ସ୍ମାର୍ଟ ଫଳଗୁଡ଼ିକର ଉପଲବ୍ଧତା ବଢ଼ିଲେ ଗ୍ରାହକଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି କମ୍ପାନୀ ଆଶା ରଖିଛି ।

ସମ୍ବନ୍ଧିତ ଖବର କ୍ୟାରିୟରକୁ ଦିଅନ୍ତୁ ଧ୍ୟାନ

Tags: