୧୯୪୭ ମସିହାର ମାଛ ବର୍ଷା

୧୯୪୭ ମସିହାର ମାଛ ବର୍ଷା
Ipsita Picture
By: Ipsita
Published On

 

ଆମେରିକାର ଲୁଇସିଆନା ରାଜ୍ୟର ମାର୍କସ୍‌ଭିଲ୍ ସହରରେ ୧୯୪୭ ମସିହା ଅକ୍ଟୋବର ୨୩ ତାରିଖ ଦିନ ହଠାତ୍ ଆକାଶରୁ ମାଛ ବର୍ଷା ହୋଇଥିଲା । ଯେଉଁଥିରେ ରାସ୍ତାଘାଟ ଓ ଲୋକଙ୍କ ଅଗଣାରେ ମାଛଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।  ଏହି ମାଛ ବର୍ଷା ପ୍ରାୟ ୧,୦୦୦ ଫୁଟ୍ ଲମ୍ବା ଏବଂ ୮୦ ଫୁଟ୍ ଚଉଡ଼ା ଅଞ୍ଚଳରେ ହୋଇଥିଲା । ଏହି ମାଛଗୁଡ଼ିକ ମଧ୍ୟରେ ଲାର୍ଜମାଉଥ୍ ବାସ୍, ସନଫିସ୍ ଓ ମିନୋ ପ୍ରଜାତିର ମାଛ ଥିବାବେଳେ ସବୁଠାରୁ ବଡ଼ ମାଛଟିର ଆକାର ପ୍ରାୟ ୨୪ ସେଣ୍ଟିମିଟର ଥିଲା ।  କୌଣସି  ଘୂର୍ଣ୍ଣିବାତ୍ୟା ପାଖାପାଖି ହ୍ରଦରୁ ମାଛଗୁଡ଼ିକୁ ଆକାଶକୁ ଟାଣି ଆଣିଥିବା ଏବଂ ପବନରେ ଉଡ଼ିଆସି ଏହା ଭୂମିରେ ପଡ଼ିଥିବା ନେଇ ଜୀବବିଜ୍ଞାନୀମାନେ ସନ୍ଦେହ କରିଥିଲେ । ହେଲେ ସେଦିନ ସେଭଳି କୌଣସି ଝଡ ହେବାର କେହି ଦେଖି ନଥିଲେ । ତେଣୁ ଏହି ମାଛ ବର୍ଷାର  ପ୍ରକୃତ କାରଣ ଆଜି ବି ରହସ୍ୟ ଘେରରେ ରହିଛି ।

Tags: