ମାଛର ମୂଲ୍ୟ ୫ଲକ୍ଷ

ମାଛର ମୂଲ୍ୟ ୫ଲକ୍ଷ
Ipsita Picture
By: Ipsita
Published On

 

ଜାପାନର ହୋକାଇଡୋସ୍ଥିତ ହିଦାକା ଅଞ୍ଚଳରେ ଚାଲିଥିବା ସିଜନ୍ର ପ୍ରଥମ ସାଲମନ୍ ନିଲାମୀରେ 'ଗିନ୍ସେଇ' ନାମକ ଏକ ପ୍ରିମିୟମ୍ ବ୍ରାଣ୍ଡର ମାଛ ପ୍ରାୟ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ସାପୋରୋ ସହରର ଏକ ପାଇକାରୀ ବଜାରକୁ ଆସିଥିବା ପ୍ରାୟ ୧.୫ ଟନ୍ ସାଲମନ୍ ମଧ୍ୟରୁ ଏହି ଗୋଟିଏ ମାଛର ଓଜନ ପ୍ରାୟ ସାଢ଼େ ୪ କିଲୋଗ୍ରାମ୍ ଥିବା ବେଳେ ଏହାର ପ୍ରତି କିଲୋଗ୍ରାମ୍ ପିଛା ଦାମ୍ ୧,୨୦୦ ଡଲାର (ପ୍ରାୟ ୧ ଲକ୍ଷ ଟଙ୍କା) ହିସାବରେ ମୋଟ ମୂଲ୍ୟ ୫,୪୦୦ ଡଲାର (ପ୍ରାୟ ୫ ଲକ୍ଷ ଟଙ୍କା) ହୋଇଥିଲା। ନିଲାମୀରେ ଏହାକୁ କିଣିଥିବା ବ୍ୟବସାୟୀଙ୍କ ଅନୁଯାୟୀ, ଏହି ସିଜନ୍ରେ ମିଳୁଥିବା ମାଛର ରଙ୍ଗ, ଗୁଣବତ୍ତା ଏବଂ ସ୍ୱାଦ ବହୁତ ଭଲ ଥାଏ । ଏହାର ଲାଲ୍ ମାଂସ ସହ ଅଧିକ ଫ୍ୟାଟ୍ ଥିବାରୁ ଏହାର ଚାହିଦା ଓ ମୂଲ୍ୟ ଏତେ ଅଧିକ ରହିଛି ।

Tags: