ମାଛର ଦାମ ୨୯ କୋଟି

ମାଛର ଦାମ ୨୯ କୋଟି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଓଜନ ହ୍ରାସ

ଜାପାନରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ଏକ ମାଛ ୨୯ କୋଟିରେ ବିକ୍ରି ହୋଇଥିବାର ସୂଚନା ମିଳିଛି । ମାଛଟିର ଓଜନ ୨୪୩ କିଗ୍ରା ଥିବାବେଳେ ଏହାର ନାଁ ବ୍ଲୁଫିନ ଟୁନା, ଯାହା ଏକ ନିଲାମୀରେ ଏତେ ଦାମରେ ବିକ୍ରି ହୋଇଛି । ଏହା ମାଛକୁ ଜାପାନର ପ୍ରସିଦ୍ଧ କମ୍ପାନୀ କିୟୋମୁରା କର୍ପୋରେସନର ମାଲିକ କିୟୋଶି କିୟୋମୂରା କିଣିଛନ୍ତି । ତାଙ୍କର ଜାପାନରେ ରେସ୍ତୋରାଁ ବ୍ୟବସାୟ ରହିଛି ।  ପୂର୍ବରୁ ମଧ୍ୟ ସେ ଅନେକଥର ଏପରି ଅଧିକ ନିଲାମୀ ଡାକି ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଏହି ଟୁନା ମାଛଟି ଖୁବ ସ୍ବତନ୍ତ୍ରଅଟେ । ଏହାର ମାଂସ ଖୁବ ନରମ ଓ ସ୍ବାଦିଷ୍ଟ ହୋଇଥାଏ । ଏହା ଅନ୍ୟ ଟୁନା ମାଛଙ୍କ ଅପେକ୍ଷା ଭିନ୍ନ ହୋଇଥାଏ । ସେହିଭଳି ଏହି ମାଛକୁ ଧରିବା ଖୁବ କଷ୍ଟ ହୋଇଥାଏ ଏହାସହ ସେମାନଙ୍କ ସଂଖ୍ୟା ମଧ୍ୟ ଖୁବ କମ ସେଥିପାଇଁ ଏମାନଙ୍କର ଦାମ ଏତେ ଅଧିକ । ଏହାର ଚାହିଦା ବଢିବାରୁ ଏହାର ଦାମ ବଢୁଥିବାନେଇ ଏକ୍ସପର୍ଟ ମତ ଦେଇଥାଆନ୍ତି ।

ସମ୍ବନ୍ଧିତ ଖବର ଲୁଇ ବ୍ରେଲ୍

Tags:

Related Posts