ପ୍ରଥମ ରୋବଟ ସିଇଓ
ବର୍ତ୍ତମାନ ଏଆଇ ସବୁକ୍ଷେତ୍ରରେ କାର୍ଯ୍ୟ କରିବା ସହ ବିଭିନ୍ନ ଉନ୍ନତ କାମରେ ନିଜର ଯୋଗଦାନ କରୁଛି । ସେହିଭଳି ବୈଜ୍ଞାନିକମାନେ ଏଆଇର ବ୍ୟବହାର ମଧ୍ୟ ଧୀରେ ଧୀରେ ବଢାଇବାରେ ଲାଗିଛନ୍ତି । ତେବେ ଏହି ତାଲିକାରେ ଯୋଡି ହୋଇଛି ଏକ ନୂଆ ଏଆଇ କର୍ମଚାରୀ । ପ୍ରସ୍ତୁତ ହୋଇଛି ଦୁନିଆର ପ୍ରଥମ ରୋବଟ ସିଇଓ । ଯାହା ବିଶ୍ୱର ଅନେକ ବଡ ବଡ ସିଇଓଙ୍କ ଠାରୁ ମଧ୍ୟ ଭଲ କାମ କରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି […]
ବର୍ତ୍ତମାନ ଏଆଇ ସବୁକ୍ଷେତ୍ରରେ କାର୍ଯ୍ୟ କରିବା ସହ ବିଭିନ୍ନ ଉନ୍ନତ କାମରେ ନିଜର ଯୋଗଦାନ କରୁଛି । ସେହିଭଳି ବୈଜ୍ଞାନିକମାନେ ଏଆଇର ବ୍ୟବହାର ମଧ୍ୟ ଧୀରେ ଧୀରେ ବଢାଇବାରେ ଲାଗିଛନ୍ତି । ତେବେ ଏହି ତାଲିକାରେ ଯୋଡି ହୋଇଛି ଏକ ନୂଆ ଏଆଇ କର୍ମଚାରୀ । ପ୍ରସ୍ତୁତ ହୋଇଛି ଦୁନିଆର ପ୍ରଥମ ରୋବଟ ସିଇଓ । ଯାହା ବିଶ୍ୱର ଅନେକ ବଡ ବଡ ସିଇଓଙ୍କ ଠାରୁ ମଧ୍ୟ ଭଲ କାମ କରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । କଲମ୍ବିଆର ଡିକଫାଡର କମ୍ପାନୀ ଏହି ରୋବୋଟିକ୍ ହୁ୍ୟମାନ ସିଇଓ ମିକାକୁ ହାୟର କରିଛି । ମିକାକୁ ହଙ୍ଗ୍କଙ୍ଗ୍ର ଏକ କମ୍ପାନୀ ପ୍ରସ୍ତୁତ କରିଥିବାବେଳେ ଏହା ଦୁନିଆର ପ୍ରଥମ ରୋବଟ ସିିଇଓ । ଏହା ପ୍ରଥମ ହୁ୍ୟମାନଏଡ୍ ରୋବଟ ସୋଫିଆ ଠାରୁ ଆହୁରି ଆଡଭାନ୍ସ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ରୋବଟଟି କମ୍ପାନୀର ବିଭିନ୍ନ କାମରେ ସାହାଯ୍ୟ କରିବ ବୋଲି ନିର୍ମାଣକାରୀ ସଂସ୍ଥା ମତ ଦେଇଛନ୍ତି । ସେହିଭଳି ଏହି ସିଇଓ କେବେ ବି ସାଲାରୀ ବଢାଇବା କିମ୍ବା ଛୁଟି ନେବା ପାଇଁ ଡିମାଣ୍ଡ କରିବ ନାହିଁ ତେଣୁ ଏହାର କ୍ରେଜ ଅଧିକ ରହିବ ବୋଲି ସଂସ୍ଥା ପ୍ରକାଶ କରିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ରୋବଟର କ୍ରେଜ୍ ଦେଖିବାକୁ ମିଳୁଛି ।




