ସନ୍ଧ୍ୟାରେ ବାହାରିଥିଲା ପ୍ରଥମ ପ୍ୟାରେଡ୍
ସ୍ୱାଧୀନତା ପରେ ୧୯୫୦ରେ ଭାରତ ଗଣତନ୍ତ୍ରରାଷ୍ଟ୍ର ଭାବେ ଘୋଷଣା ହେବାପରେ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମ୍ପୃକ୍ତ ଦିନ ୨ଟା ୩୦ ମିନିଟ୍ରେ ରାଜେନ୍ଦ୍ର ପ୍ରସାଦ ଘୋଡାଗାଡିରେ ବସି ରାଷ୍ଟ୍ରପତି ଭବନ ପାଇଁ ବାହାରିଥିଲେ । ଅନେକ ସ୍ଥାନ ବୁଲିବା ପରେ ସେ ୩.୪୫ରେ ପୁରୁଣା କିଲ୍ଲା ପାଖରେ ଥିବା ନ୍ୟାସନାଲ ଷ୍ଟାଡିୟମରେ ପହଞ୍ଚିଥିଲେ ।
୩୧ ତୋପର ସଲାମି ଦିଆଯାଇଥିଲା
ଆଜିର ନ୍ୟାସନାଲ ଷ୍ଟାଡିୟମ ସେତେବେଳେ ଇରାବିନ୍ ଷ୍ଟାଡିୟମ ନାଁରେ ପରିଚିତ ଥିଲା । ସେତେବେଳେ ରାଜେନ୍ଦ୍ର ପ୍ରସାଦ ୩୫ ବର୍ଷ ପୁରୁଣା ଶାହି ଘୋଡା ଗାଡିରେ ବସି ଏଠାରେ ପହଞ୍ଚିଥିଲେ । ଯାହାକୁ ୬ଟି ଅଷ୍ଟ୍ରେଲିଆର ଘୋଡା ଟାଣୁଥିଲେ । ପ୍ୟାରେଡ୍ ସ୍ଥଳରେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତିଙ୍କୁ ୩୧ ତୋପୋର ସଲାମି ଦିଆଯାଇଥିଲା । ଏହି ପ୍ରଥମ ପ୍ୟାରେଡ୍ରେ ସାଧାରଣ ଜନତା ମଧ୍ୟ ସାମିଲଥିଲେ । ପ୍ରଥମରୁ ଲୋକମାନେ ଏହି ପ୍ୟାରେଡ୍ରେ ରାଜାମାନଙ୍କର ଶାହି ଶାନ୍ ଦେଖିବାକୁ ଚାହିଁଥିଲେ । ଯେଉଁକାରଣରୁ ସରକାର କିଛି ବର୍ଷ ପରେ ଏହାର ରୁପରେଖା ବଦଳାଇ ଦେଇଥିଲା । ଏଥିରେ ହାତୀ, ଘୋଡା ଓ ସେନାର କ୍ଷମତାକୁ ଦେଖାଇବା ଆରମ୍ଭ କରିଥିଲା ।



