ପ୍ରଥମ ‘ସ୍ଲିଙ୍ଗ୍ ବୁଲେଟ୍’

ପ୍ରଥମ ‘ସ୍ଲିଙ୍ଗ୍ ବୁଲେଟ୍’
Ipsita Picture
By: Ipsita
Published On

 

ଇଜ୍ରାଏଲର ପ୍ରତ୍ନତତ୍ତ୍ୱବିତ୍ମାନେ ହିପ୍ପୋସ୍ ନାମକ ଏକ ପ୍ରାଚୀନ ସହରରୁ ୨୧୦୦ ବର୍ଷ ତଳର ଏକ ବିରଳ ଗୁଳି ଉଦ୍ଧାର କରିଛନ୍ତି, ଯାହା ଇତିହାସ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢାଇଛି । ସୀସାରେ ନିର୍ମିତ ଏହି ଛୋଟ ଅଣ୍ଡାକୃତିର ଗୁଳିଟି ଏକ ଗୁଲେଲର ବୋଲି ଜଣାପଡ଼ିଥିବା ବେଳେ ଏଥିରେ ଗ୍ରୀକ୍ ଭାଷାରେ ଶତ୍ରୁଙ୍କ ଉଦ୍ଦେଶ୍ୟରେ ଲର୍ଣ୍ଣବୋଲି ଲେଖାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଦୁନିଆର ଏହା ପ୍ରଥମ ସ୍ଲିଙ୍ଗ୍ ବୁଲେଟ୍ଯେଉଁଥିରେ ଏଭଳି କିଛି ଶବ୍ଦ ଖୋଦିତ ହୋଇଛି ଏବଂ ସହର ଉପରେ ଆକ୍ରମଣ ସମୟରେ ରକ୍ଷକମାନେ ଏହାକୁ ଶତ୍ରୁ ସେନା ଉପରକୁ ନିକ୍ଷେପ କରିଥାଇ ପାରନ୍ତି ବୋଲି ଆକଳନ କରାଯାଉଛି । ମାତ୍ର ୩.୨ ସେମି ଲମ୍ବ ଏବଂ ପ୍ରାୟ ୩୮ ଗ୍ରାମ ଓଜନର ଏହି ଗୁଳିଟି ବିଜାଣ୍ଟିନ ଏବଂ ହେଲେନିଷ୍ଟିକ କାଳର ସାମରିକ କୌଶଳର ଏକ ଜ୍ୱଳନ୍ତ ନମୁନା ଭାବେ ବିବେଚନା କରାଯାଉଛି । ଅତୀତରେ ସୁସିତାନାମରେ ପରିଚିତ ଏହି ସହରରୁ ମିଳିଥିବା ଏହି ପ୍ରାଚୀନ ଅସ୍ତ୍ର ଏବେ ଐତିହାସିକ ଗବେଷଣା ପାଇଁ ଏକ ନୂତନ ଦିଗ ଉନ୍ମୋଚନ କରିଛି ।

Tags: