ଲାଲ ଦେଖାଗଲା ପୃଥିବୀ

ଲାଲ ଦେଖାଗଲା ପୃଥିବୀ
Ipsita Picture
By: Ipsita
Published On

 

ଅଷ୍ଟ୍ରେଲିଆର କିଛି ଅଂଶର ଆକାଶରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ସାଇକ୍ଲୋନ୍ ନାରେଲ୍’  ପ୍ରଭାବରେ ସମ୍ପୂର୍ଣ୍ଣ ପରିବେଶ ରକ୍ତ ପରି ଲାଲ୍ ରଙ୍ଗରେ ପରିଣତ ହୋଇଯାଇଛି।  ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ବାତ୍ୟା ପ୍ରଥମେ କୁଇନ୍ସଲ୍ୟାଣ୍ଡ ଏବଂ ପରେ ଉତ୍ତର ଅଷ୍ଟ୍ରେଲିଆ ଦେଇ ଗତି କରିବା ପରେ ପଶ୍ଚିମ ଉପକୂଳରେ ଭୟଙ୍କର ରୂପ ଧାରଣ କରିଥିଲା। ଏହି ସମୟରେ ପ୍ରବଳ ବେଗରେ ପବନ (ପ୍ରାୟ ୨୦୦ କିମି/ଘଣ୍ଟା) ଅଷ୍ଟ୍ରେଲିଆର ଶୁଷ୍କ ମରୁଭୂମି ଅଞ୍ଚଳରୁ ପ୍ରଚୁର ପରିମାଣର ଆଇରନ୍ ଅକ୍ସାଇଡ୍ବା ଲୁହା ଅଂଶ ଥିବା ଲାଲ୍ ମାଟି ଓ ଧୂଳିକଣାକୁ ଆକାଶକୁ ଉଠାଇ ନେଇଥିଲା। ବିଜ୍ଞାନରେ  ଏହାକୁ ମାଇ ସ୍କାଟରିଂ’  କୁହାଯାଏ, ଯେଉଁଥିରେ ବାୟୁମଣ୍ଡଳରେ ଥିବା ଏହି ବଡ଼ ଧୂଳିକଣାଗୁଡ଼ିକ ସୂର୍ଯ୍ୟଙ୍କ ନୀଳ ଓ ସବୁଜ କିରଣକୁ ଅବରୋଧ କରି କେବଳ ଲମ୍ବା ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ କିରଣକୁ ପୃଥିବୀ ପୃଷ୍ଠକୁ ଆସିବାକୁ ଦେଇଥାଏ । ଯାହା ଫଳରେ ଦିନ ଦ୍ବିପ୍ରହରରେ ମଧ୍ୟ ଆକାଶ ସମ୍ପୂର୍ଣ୍ଣ ଲାଲ୍ ଦେଖାଯାଇଥାଏ । ବିଶେଷ କରି ଶାର୍କ ବେ , ଡେନହାମ୍ ଏବଂ ଓନସଲୋ ଭଳି ସହରରେ ଭିଜିବିଲିଟି ଶୂନ୍ୟକୁ ଖସି ଆସିବା ସହ ଲୋକେ ଏହାକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଭଳି ଶକ୍ତିଶାଳୀ ଟ୍ରିପଲ୍ ଷ୍ଟ୍ରାଇକ୍ସାଇକ୍ଲୋନ୍ ଏବଂ ଭୟଙ୍କର ଧୂଳିଝଡ଼ ଆଗକୁ ବାରମ୍ବାର ଦେଖାଦେବାର ସମ୍ଭାବନା ରହିଛି। ତେଣୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସିଛିବୋଲି ସେମାନେ ମତ ଦେଇଛନ୍ତି  ।

Tags: