ସ୍ୱପ୍ନ ଦେଉଛି ସାପ କାମୁଡାର ଆଭାସ

ସ୍ୱପ୍ନ ଦେଉଛି ସାପ କାମୁଡାର ଆଭାସ
Ipsita Picture
By: Ipsita
Published On


ସାପକୁ ଦେଖିଲେ ସମସ୍ତେ ଡରନ୍ତି କାଳେ ଏହା କାମୁଡିଦେବ, କାରଣ ସାପ ବିଷ ଖୁବ ଭୟଙ୍କର ହୋଇଥାଏ । ହେଲେ ସାପ କାମୁଡିବା ଆଗରୁ କିନ୍ତୁ କେହି ଜାଣିପାରି ନଥାନ୍ତି ତାଙ୍କୁ ଆଗକୁ ସାପ କାମୁଡିବ । ହେଲେ ଦୁନିଆରେ ଏଭଳି ଲୋକ ମଧ୍ୟ ଅଛନ୍ତି ଯିଏ ସାପ କାମୁଡିବା ଆଗରୁ ଏହାର ସନ୍ଧାନ ପାଇପାରୁଛନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୀତାରାମ ନାମକ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ପୂର୍ବରୁ ସ୍ୱପ୍ନରେ ଏନେଇ ଖବର ମିଳୁଥିବା ସେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ସାପ ଆକ୍ରମଣର ଦୁଇଦିନ ପୂର୍ବରୁ ତାଙ୍କୁ କିମ୍ବା ତାଙ୍କ ପନିୀଙ୍କୁ ଏନେଇ ସ୍ୱପ୍ନରେ ସୂଚନା ମିଳିଯାଇଥାଏ । ଯାହାପରେ ସେମାନେ ଆଲର୍ଟ ହୋଇଯାଆନ୍ତି । ସେହିଭଳି ସେମାନଙ୍କୁ ଯେତେଥର ବି ସାପ କାମୁଡିଛି ସେମାନଙ୍କ ଚିକିତ୍ସା ଡାକ୍ତରଖାନା ପରିବର୍ତ୍ତେ ଗ୍ରାମ ମନ୍ଦିରରେ ହୋଇଛି । ହେଲେ ଡାକ୍ତରଙ୍କ ଭାଷାରେ ଏଭଳି କିଛି ହୋଇପାରିବ ହିଁ ନାହିଁ । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯାଇ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି । ତେଣୁ ସ୍ୱପ୍ନ ଉପରେ ଭରସା କରି ଉକ୍ତ ବ୍ୟକ୍ତିଙ୍କୁ ନରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତାଙ୍କର ଯଥାଶୀଘ୍ର ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଚିକିତ୍ସକ ମତ ଦେଇଛନ୍ତି ।

Tags: