ଶୋଇବାର ୯୦ ମିନିଟ୍ ପରେ ଆସେ ସ୍ୱପ୍ନ
ମସ୍ତିଷ୍କ ସଠିକ୍ ଭାବେ କାର୍ଯ୍ୟ କରିବାରେ ନିଦ୍ରା ଏକ ବଡ଼ ଭୂମିକା ଗ୍ରହଣ କରେ ବୋଲି ବୈଜ୍ଞାନିକମାନେ ବହୁବାର କହିଛନ୍ତି । ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜଣେ ସାଧାରଣ ବ୍ୟକ୍ତି ‘ରାପିଡ୍ ଆଇ ମୁଭମେଣ୍ଟ୍’ ତଥା ‘ଦ୍ରୁତ ଆଖି ଗତିବିଧି’ (ଆର୍ଇଏମ୍) ନିଦ୍ରା ଭାବନାତ୍ମକ ସ୍ମୃତିକୁ ମଜଭୁତ କରିଥାଏ । ଏହି ଫଳାଫଳ ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଯାହା ଅନୁସାରେ ନିଦ ମସ୍ତିଷ୍କର ସ୍ନାୟୁବିକ ଗତିବିଧିକୁ ଶାନ୍ତ ରଖିଥାଏ । ଆର୍ଇଏମ୍ ନିଦ୍ରା […]
ମସ୍ତିଷ୍କ ସଠିକ୍ ଭାବେ କାର୍ଯ୍ୟ କରିବାରେ ନିଦ୍ରା ଏକ ବଡ଼ ଭୂମିକା ଗ୍ରହଣ କରେ ବୋଲି ବୈଜ୍ଞାନିକମାନେ ବହୁବାର କହିଛନ୍ତି । ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜଣେ ସାଧାରଣ ବ୍ୟକ୍ତି ‘ରାପିଡ୍ ଆଇ ମୁଭମେଣ୍ଟ୍’ ତଥା ‘ଦ୍ରୁତ ଆଖି ଗତିବିଧି’ (ଆର୍ଇଏମ୍) ନିଦ୍ରା ଭାବନାତ୍ମକ ସ୍ମୃତିକୁ ମଜଭୁତ କରିଥାଏ ।

ଏହି ଫଳାଫଳ ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଯାହା ଅନୁସାରେ ନିଦ ମସ୍ତିଷ୍କର ସ୍ନାୟୁବିକ ଗତିବିଧିକୁ ଶାନ୍ତ ରଖିଥାଏ । ଆର୍ଇଏମ୍ ନିଦ୍ରା ହେଉଛି ଶୋଇବାର ଏକ ପର୍ଯ୍ୟାୟ, ଶୋଇବାର ୯୦ ମିନିଟ୍ ପରେ ଆରମ୍ଭ ହୋଇଥାଏ । ଏହି ସମୟରେ ମନୁଷ୍ୟକୁ ସ୍ୱପ୍ନ ଆସିଥାଏ । ଏଥିସହ ଏସମୟରେ ମାଂସପେଶୀ ସମ୍ପୂର୍ଣ୍ଣ ଭାବେ ରିଲାକ୍ସ ହୋଇଯାଆନ୍ତି । ରିସର୍ଚ୍ଚରେ କୁହାଯାଇଛି ଯେ ଆର୍ଇଏମ୍ ସମୟରେ ମସ୍ତିଷ୍କର ପିରାମିଡଲ୍ ନୁ୍ୟରୋନ୍ସ ଅଜବ ଭାବେ ଶାନ୍ତ ରୁହନ୍ତି । ପ୍ରଥମେ ବୈଜ୍ଞାନିକମାନେ ଏହା ଉପରେ ବିଶ୍ୱାସ କରୁନଥିଲେ ଯେ କିପରି ଭାବେ ମସ୍ତିଷ୍କର କୌଣସି ଅଂଶ ନିଦରେ ବ୍ୟକ୍ତିର ଭାବନାକୁ କଣ୍ଟ୍ରୋଲ୍ କରିପାରିବ, କାରଣ ସେହି ସମୟରେ ତାହା ସକ୍ରିୟ ନଥାଏ ।

ହେଲେ ବର୍ତ୍ତମାନ ରିସର୍ଚ୍ଚରେ ଦେଖାଯାଇଛି ଯେ ଶୋଇଥିବା ଏବଂ ଜାଗ୍ରତ ମସ୍ତିଷ୍କ ମଧ୍ୟରେ ଏହା ହିଁ ଗୋଟିଏ ଅନ୍ତର ରହିଛି । ମୌନ ଏବଂ ଆର୍ଇଏମ୍ ନିଦ୍ରା ଯାଇଥିବା ଶରୀରର ପୁରା ସିଷ୍ଟମକୁ ରିସେଟ୍ କରାଯାଇପାରିବ । ଅର୍ଥାତ୍ ଭଲ ନିଦରେ ଠିକ୍ ଏବଂ ଭୁଲକୁ ପରଖିବାର ବୁଝିବା ଶକ୍ତି ଅଧିକ ଭଲ ହୋଇଥାଏ । ତେବେ ଶୋଇବାର ଏହି ପର୍ଯ୍ୟାୟରେ ମସ୍ତିଷ୍କକୁ ବାର୍ତ୍ତା ମିଳିଥାଏ, କିନ୍ତୁ ସ୍ନାୟୁ ଏହାକୁ ଆଗକୁ ବଢାଇନଥାଏ । ଏହି ରିସର୍ଚ୍ଚ ପ୍ରାରମ୍ଭିକ ଭାବେ ମୂଷା ଉପରେ କରାଯାଇଛି । ବୈଜ୍ଞାନିକ ଏହାର ପରିମାଣକୁ ନେଇ ମନୁଷ୍ୟର ନିଦକୁ ବୁଝିବାକୁ ପ୍ରୟାସ କରୁଛନ୍ତି ।




