କୁକୁର ପାଲଟିଲା ଶାନ୍ତିଦୂତ
ଏକ ଭାରତୀୟ କୁକୁର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହି ଭାରତୀୟ କୁକୁରଟି ଆମେରିକାର ଶାନ୍ତିଦଦୂତ ପାଲଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାକୁ ଅଂହିସା ଓ ଶାନ୍ତିର ପ୍ରତୀକ ଭାବେ ପରିଗଣିତ କରିବା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ୨୬ ଅକ୍ଟୋବର ୨୦୨୫ରେ ଏହି କୁକୁରଟି ଆମେରିକାର ଟେକସାସରୁ ବୁଦ୍ଧ ଭିକ୍ଷୁମାନଙ୍କ ସହିତ ପଦଯାତ୍ରା ଆରମ୍ଭ କରିଥିଲା । କୁକୁରଟି ସେମାନଙ୍କ ସହିତ ଶାନ୍ତି ସନ୍ଦେଶ ଦେବାପାଇଁ ଯାତ୍ରା ଆରମ୍ଭ କରିଥିବା ଜଣା ପଡିିଛି । ଏହି ଯାତ୍ରାର ଲକ୍ଷ ରହିଛି ୱାସିଂଟନ ଡିସିରେ ପହଞ୍ଚିବା । ୧୧୦ ଦିନରେ ଏହି ଭିକ୍ଷୁମାନେ ଆମେରିକାର ୧୦ଟି ରାଜ୍ୟ ଅତିକ୍ରମ କରି ଯାତ୍ରା କରିବେ । ଏହାପୂର୍ବରୁ ଭିକ୍ଷୁମାନେ ଭାରତରେ ଶାନ୍ତି ଯାତ୍ରା କରୁଥିବା ସମୟରେ ଏହି କୁକୁରଟି ତାଙ୍କୁ ରାସ୍ତାରେ ବେସାହାରା ଅବସ୍ଥାରେ ମିଳିଥିଲା । ଯାହାପରେ ସେମାନେ ତାକୁ ପାଖରେ ରଖିଥିଲେ ଏବଂ କୁକୁରଟି ମଧ୍ୟ ସେମାନଙ୍କର ସହଯାତ୍ରୀ ପାଲଟିଥିଲା । କୁକୁରଟି ଅସୁସ୍ଥଥିଲେ ମଧ୍ୟ ସେମାନଙ୍କ ସହିତ ଖୁସିରେ ଯାତ୍ରା କରୁଥିବା ସୂଚନା ରହିଛି । ଘଟଣାଟି ବର୍ତ୍ତମାନ ଲୋକମାନଙ୍କର ଖୁବ ପ୍ରଶଂସା ସାଉଁଟିବାରେ ଲାଗିଛି ।



