ଅଭିଶପ୍ତ ନିର୍ଜନ ସହର
ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି ଯାହାର ପରିବେଶ ତଥା ଜଳବାୟୁ ସୁନ୍ଦର ଥିବା ସତ୍ତେ୍ୱ ଲୋକେ ସେଠାରେ ବସବାସ କରିବା ଲାଗି ଚାହାନ୍ତି ନାହିଁ । ୟୁନାଇଟେଡ୍ କିଙ୍ଗଡମ୍ରେ ଥିବା ମିଡଲ୍ସବ୍ରୋ ନାମକ ଏକ ସହର ଏହାରି ମଧ୍ୟରେ ଅନ୍ୟତମ । ଏଠାକାର ଜଳବାୟୁ ଶୁଖିଲା ରହିଥିବାବେଳେ ଦେଖିବା ପାଇଁ ମଧ୍ୟ ଏହି ସ୍ଥାନଟି ଖୁବ୍ ସୁନ୍ଦର । ତଥାପିବି କେହି ଲୋକ ଏଠାରେ ରୁହନ୍ତି ନାହିଁ । ତେଣୁ ଏହାକୁ ଅଭିଶପ୍ତ ବୋଲି ମନେ […]
ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି ଯାହାର ପରିବେଶ ତଥା ଜଳବାୟୁ ସୁନ୍ଦର ଥିବା ସତ୍ତେ୍ୱ ଲୋକେ ସେଠାରେ ବସବାସ କରିବା ଲାଗି ଚାହାନ୍ତି ନାହିଁ । ୟୁନାଇଟେଡ୍ କିଙ୍ଗଡମ୍ରେ ଥିବା ମିଡଲ୍ସବ୍ରୋ ନାମକ ଏକ ସହର ଏହାରି ମଧ୍ୟରେ ଅନ୍ୟତମ । ଏଠାକାର ଜଳବାୟୁ ଶୁଖିଲା ରହିଥିବାବେଳେ ଦେଖିବା ପାଇଁ ମଧ୍ୟ ଏହି ସ୍ଥାନଟି ଖୁବ୍ ସୁନ୍ଦର । ତଥାପିବି କେହି ଲୋକ ଏଠାରେ ରୁହନ୍ତି ନାହିଁ । ତେଣୁ ଏହାକୁ ଅଭିଶପ୍ତ ବୋଲି ମନେ କରାଯାଏ । କାହିଁକି ନା ଏହି ସ୍ଥାନରେ ଯୁଆଡ଼େ ଦେଖିଲେ ଜନଶୂନ୍ୟ ଲାଗିଥାଏ । ପୂର୍ବରୁ ଏଠାରେ କିଛି ଲୋକ ବସବାସ କରୁଥିଲେ, କିନ୍ତୁ ବର୍ତ୍ତମାନ ଏଠାରେ କୌଣସି ବି ବ୍ୟକ୍ତି ରହିବା ପାଇଁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନ ଏଠାରେ କୌଣସି ଗୋଟିଏ ହେଲେ ବି ଦୋକାନ ନାହିଁ । ସେହିପରି ରାସ୍ତା ଉପରେ କୌଣସି ଜଣେ ହେଲେ ଲୋକଙ୍କୁ ମଧ୍ୟ ଦେଖାଯାଏ ନାହିଁ। ଯାହାଫଳରେ ବର୍ତ୍ତମାନ ଏହି ସ୍ଥାନଟି ନିର୍ଜନ ସ୍ଥାନରେ ପରିଣତ ହୋଇଛି ଏବଂ ଏଠାରେ ବାସ କରିବା ଲାଗି ଲୋକଙ୍କ ମନରେ ଭୟ ଆସୁଛି । ଅପରପକ୍ଷେ ଏବେ ଏଠାରେ କିଛି ହାତଗଣତି ଲୋକ ରହୁଥିବାବେଳେ ଏମାନେ ବି ସହର ଛାଡ଼ିବା ଲାଗି ଯୋଜନା କରୁଛନ୍ତି । ଟିଜ୍ଭ୍ୟାଲି ସାଇଡ୍ରେ ଥିବା ମିଡିଲ୍ସବ୍ରୋ ନାମକ ଏହି ସହରରେ ଏଭଳି ଅଜବ ପରିସ୍ଥିତି ରହିଛି । ଏଠାକାର ଲୋକେ ଦିନକୁ ଦିନ ଗରିବ ହୋଇଯାଉଛନ୍ତି । ନିଯୁକ୍ତି ସୁଯୋଗ ନଥିବାରୁ ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହାଫଳରେ ଅପରାଧ ବଢୁଛି । ତେଣୁ ନିରାଶ୍ରୟ ମାମଲାରେ ସହରଟି ୟୁକେର ନିମ୍ନ ୩ଟି ସହର ମଧ୍ୟରେ ସାମିଲ ରହିଛି ।




