ଦମ୍ପତିଙ୍କ ବିରଳ କୀର୍ତ୍ତିମାନ

ଦମ୍ପତିଙ୍କ ବିରଳ କୀର୍ତ୍ତିମାନ
Ipsita Picture
By: Ipsita
Published On


ବେଙ୍ଗାଲୁରୁର ଦମ୍ପତି ଦାନିଶ ଅବ୍ଦି ଏବଂ ବୃଷାଳୀ ପ୍ରସାଦ ସମୁଦ୍ର ମଧ୍ୟରେ ପ୍ରାୟ ୩୨ କିଲୋମିଟର ପହଁରି ଶ୍ରୀଲଙ୍କାରୁ ଭାରତ ପହଞ୍ଚି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହି ଚାଲେଞ୍ଜିଂ ଯାତ୍ରା ସମୟରେ ଉଭୟ ରାମ ସେତୁ ମାର୍ଗ ଦେଇ ଭାରତ ମହାସାଗରରେ ପ୍ରାୟ ୧୦ ଘଣ୍ଟା ୪୫ ମିନିଟ୍ ଧରି କ୍ରମାଗତ ଭାବେ ପହଁରିଥିଲେ । ଖୋଲା ସମୁଦ୍ରର ଉଚ୍ଚ ଲହରୀ, ଶାରୀରିକ କ୍ଲାନ୍ତି ଏବଂ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ସେମାନେ ହାର୍ ନମାନି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ । ଚ୍ୟାଲେଞ୍ଜ ପୂରଣ କରିବା ପରେ ଦମ୍ପତି ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।  ସୋସିଆଲ ମିଡିଆରେ ଏହି ସଫଳତା ପାଇଁ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଲୋକମାନେ ସେମାନଙ୍କ ସାହସକୁ ପ୍ରଶଂସା କରିବା ସହ ଏହାକୁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ମତ ଦେଇଛନ୍ତି ।

Tags: