ବାଦୁଡିଙ୍କ କବଜାରେ ସହର

ବାଦୁଡିଙ୍କ କବଜାରେ ସହର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କମ୍ପାନୀ ବିକି ବାଣ୍ଟୁଛନ୍ତି ପଇସା

ଅଷ୍ଟ୍ରେଲିଆର ଏକ ସହର ବର୍ତ୍ତମାନ ବାଦୁଡିଙ୍କ କବଜାକୁ ଚାଲିଯାଇଛି । ବିଗତ କିଛିଦିନ ହେବ ସେଠାରେ ବାଦୁଡିଙ୍କ ସଂଖ୍ୟା ଖୁବ ଅଧିକମାତ୍ରାରେ ବଢିଯାଇଛି । ଯେଉଁ କାରଣରୁ ଏଠାରେ ବାସ କରୁଥିବା ଅଧିବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ସେମାନେ ନିଜ ଘରେ ମଧ୍ୟ ରହିପାରୁନାହାନ୍ତି । ତେଣୁ ସେଠିକାର ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କ ପାଇଁ ଘର କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ସହରଠାରୁ ଦୂରରେ ଏହି ଘର ସେମାନଙ୍କୁ ଯୋଗାଇଦେବା ପାଇଁ ପ୍ରଶାସନ ଯୋଜନା କରୁଛି, ଯାହାଫଳରେ ସେମାନେ ଶାନ୍ତିରେ ଜୀବନ ବିତାଇ ପାରିବେ । ସୂଚନା ଅନୁସାରେ ପୁରା ସହରରେ ବାଦୁଡିମାନେ ଡେରା ପକାଇ ବସି ରହିଛନ୍ତି । ଏମାନଙ୍କ ମାତ୍ରା ଏତେ ଅଧିକ ରହିଛି କି ସେମାନଙ୍କ ଶବ୍ଦରେ ଲୋକମାନେ ରାତିରେ ଶୋଇ ପାରୁନାହାନ୍ତି । ଏହାସହ ଲୋକଙ୍କର ଘର ଧରକା, କବାଟରେ ଏକ କଳା ରଙ୍ଗର ଧୂଳି ଯମିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତି ଅଣାୟତ ହେବାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି । ତେବେ ଏହି ବାଦୁଡିମାନେ ରାଜ୍ୟ ଫେଡେରାଲ ନିୟମ ଆଧାରରେ ସୁରକ୍ଷିତ ଅଛନ୍ତି ତେଣୁ ତାଙ୍କୁ ମାରିବା କିମ୍ବା ସେଠାରୁ ହଟାଇବା ସମ୍ଭବ ନୁହେଁ । ସେହିଭଳି ସହରରେ ଷ୍ଟ୍ରିଟ ଲାଇଟ ଓ ପାଣିର ସୁବିଧା ଥିବାରୁ ସେଠାରେ ବାଦୁଡିଙ୍କ ସଂଖ୍ୟା ବଢି ଚାଲିଛି ।

ସମ୍ବନ୍ଧିତ ଖବର ଆସ ବୁଲିଯିବା

Tags:

Related Posts

ଆସ ବୁଲିଯିବା

ଆସ ବୁଲିଯିବା

ଅଜବ ଡାଟାବେସ

ଅଜବ ଡାଟାବେସ